ସୋନପୁର: କେନ୍ଦ୍ରାପଡାରେ ପୋଲିସର କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ବିଜେପିର ରାସ୍ତାରୋକ

ସୋନପୁର: କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ବୀରମହାରାଜପୁର ସୋନପୁରେ ରାସ୍ତାର କାନପୁର ଛକ,ସୋନପୁର ବ୍ଲକ ଛକ ଏବଂ ବିନିକା ବସଷ୍ଟାଣ୍ଡ ଛକରେ ବିଜେପିର କର୍ମକର୍ତ୍ତାମାନେ ଆଜି ରାସ୍ତାରୋକ କରିଥିଲେ। ସରକାର ଓ ପୋଲିସ ପ୍ରଶାସନ ବିରୋଧି ସ୍ଲୋଗାନ ଦେବାସହ ଦୀର୍ଘ ସମୟଧରି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନ ବାହାନ ଅଟକି ରହିବାସହ ଯାତାୟତ […]

b

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 06:26 AM IST

ସୋନପୁର: କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ବୀରମହାରାଜପୁର ସୋନପୁରେ ରାସ୍ତାର କାନପୁର ଛକ,ସୋନପୁର ବ୍ଲକ ଛକ ଏବଂ ବିନିକା ବସଷ୍ଟାଣ୍ଡ ଛକରେ ବିଜେପିର କର୍ମକର୍ତ୍ତାମାନେ ଆଜି ରାସ୍ତାରୋକ କରିଥିଲେ। ସରକାର ଓ ପୋଲିସ ପ୍ରଶାସନ ବିରୋଧି ସ୍ଲୋଗାନ ଦେବାସହ ଦୀର୍ଘ ସମୟଧରି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନ ବାହାନ ଅଟକି ରହିବାସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Related story