ବିଧାନସଭାରେ କଳା ଗାମୁଛା ଦେଖାଇଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ଉଷ୍ମ ହୋଇଛି। ଅତିରିକ୍ତ ବଜେଟ୍‌ ଉପସ୍ଥାନ ସମୟରେ ବିରୋଧୀ ହୋ-ହଲ୍ଲା କରିଛନ୍ତି। ବିଜେପି ବିଧାୟକମାନେ  ବିଧାନସଭା ମଧ୍ୟଭାଗକୁ ଆସି କଳା ଗାମୁଛା ଓ ବ୍ୟାନର ଦେଖାଇ ମନ୍ତ୍ରୀଙ୍କ ଆଡ଼କୁ ଅନାଇ ନାରାବାଜି ଦେଖାଇଥିଲେ। ସେମାନଙ୍କ ଦାବି ଥିଲା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ଓ ତାଙ୍କୁ ଗିରଫ କରାଯାଉ। ବିଧାନସଭାରେ ତାଙ୍କୁ ପୂରାଇ ଦିଆନଯାଉ। ଠିକ୍‌ ସେମିତି […]

Odisha Assembly

Manoranjan Sial
  • Published: Wednesday, 01 December 2021
  • , Updated: 01 December 2021, 05:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ଉଷ୍ମ ହୋଇଛି। ଅତିରିକ୍ତ ବଜେଟ୍‌ ଉପସ୍ଥାନ ସମୟରେ ବିରୋଧୀ ହୋ-ହଲ୍ଲା କରିଛନ୍ତି। ବିଜେପି ବିଧାୟକମାନେ  ବିଧାନସଭା ମଧ୍ୟଭାଗକୁ ଆସି କଳା ଗାମୁଛା ଓ ବ୍ୟାନର ଦେଖାଇ ମନ୍ତ୍ରୀଙ୍କ ଆଡ଼କୁ ଅନାଇ ନାରାବାଜି ଦେଖାଇଥିଲେ। ସେମାନଙ୍କ ଦାବି ଥିଲା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ଓ ତାଙ୍କୁ ଗିରଫ କରାଯାଉ। ବିଧାନସଭାରେ ତାଙ୍କୁ ପୂରାଇ ଦିଆନଯାଉ।

ଠିକ୍‌ ସେମିତି କଂଗ୍ରେସ ବିଧାୟକମାନେ ମଧ୍ୟ ବ୍ୟାନର ଓ ପୋଷ୍ଟର ଦେଖାଇ ହୋ-ହଲ୍ଲା କରିଥିବା ଦେଖିବାକୁ ମିଳିଛି। ସେମାନଙ୍କ ଦାବି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ଓ ମାମଲାର ସିବିଆଇ ତଦନ୍ତ କରାଯାଉ।

ସୂଚନାରୁ ପ୍ରକାଶ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହତ ଥିବା ଅଭିଯୋଗ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ସେଥିପାଇଁ ତାଙ୍କୁ ବିଧାନସଭାକୁ ପ୍ରବେଶ କରିଦିଆଯିବ ନାହିଁ ବୋଲି ବିରୋଧୀ ପୂର୍ବରୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏହା ସତ୍ତ୍ୱେ ଆଜି ବିଧାନସଭାକୁ ଆସିଥିଲେ ମନ୍ତ୍ରୀ। ଯେଉଁଥିପାଇଁ ଉଷ୍ମ ହୋଇଥିଲା ବିଧାନସଭା। ଆଉ ବିଧାନସଭା ଭିତରେ ହୋ-ହଲ୍ଲା କରିଥିଲେ।

ବିରୋଧୀଙ୍କ ହୋ-ହଲ୍ଲା ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯୮୧୩ କୋଟି ଟଙ୍କାର ଅତିରିକ୍ତ ଅର୍ଥ ବଜେଟ ଉପସ୍ଥାପନ କରିଥିଲେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଅଧିକ ଅର୍ଥ ଦିଆଯାଇଛି। ଏହି ଦୁଇ ବିଭାଗକୁ ୩୬୨୪ କୋଟି ଟଙ୍କା ଦେବା ପାଇଁ ବ୍ୟୟବରାଦ କରାଯାଇଛି। ତା’ ତଳକୁ ରହିଛି ରହି ସ୍ୱାସ୍ଥ୍ୟ। ମହାମାରୀ କରୋନାକୁ ଦେଖିଇ ୨୩୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଠିକ୍‌ ସେମିତି ଏନ୍‌ଆରଇଜିଏସ୍‌ ପାଇଁ ୨୧୪୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଦେଖିବାକୁ ମିଳିଛି।

Related story