‘ଆୟୁଷ୍ମାନ ଭାରତ’: ଓଡ଼ିଶା ନାଁରେ ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ନହେବାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଏନେଇ ପି.ଶେଖର ରାଓ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଛନ୍ତି। ଓଡ଼ିଶା ସହ ୪ଟି ରାଜ୍ୟରେ ଲାଗୁ ହୋଇନଥିବାରୁ ସେ ରିଟ୍ ପିଟିସନ କରିଛନ୍ତି। ମାମଲାକୁ ବିଚାର ପାଇଁ ଗ୍ରହଣ କରି ୪ ରାଜ୍ୟକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ସମେତ ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି ହୋଇଛି। ୪ […]

ayushman-bharat

Manoranjan Sial
  • Published: Friday, 11 September 2020
  • , Updated: 11 September 2020, 05:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ନହେବାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ଏନେଇ ପି.ଶେଖର ରାଓ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଛନ୍ତି। ଓଡ଼ିଶା ସହ ୪ଟି ରାଜ୍ୟରେ ଲାଗୁ ହୋଇନଥିବାରୁ ସେ ରିଟ୍ ପିଟିସନ କରିଛନ୍ତି। ମାମଲାକୁ ବିଚାର ପାଇଁ ଗ୍ରହଣ କରି ୪ ରାଜ୍ୟକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ସମେତ ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି ହୋଇଛି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ପରିଚାଳନା କରୁଥିବା ଆଇନଜୀବୀ ହିତେନ୍ଦ୍ର ରଥଙ୍କ ସୂଚନା ଦେଇଛନ୍ତି।

ବିଜେପି ସାଂସଦ ବସନ୍ତ ପଣ୍ଡା କହିଲେ-“ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ରାଜ୍ୟରେ କାହିଁକି ଲାଗୁ ହୋଇନି? ସେଥିପାଇଁ ପିଟିସନ୍‌ ଦାଖଲ ହୋଇଛି। ମାମଲାର ଗୁରୁତ୍ୱକୁ ଦେଖି ସୁପ୍ରିମକୋର୍ଟ ୪ ସପ୍ତାହ ମଧ୍ୟରେ ୪ ରାଜ୍ୟର ସରକାରଙ୍କୁ ଜବାବ ମାଗିଛନ୍ତି। ଆମେ ଦାବି କରୁଛୁ ଏହି ଯୋଜନାକୁ ରାଜ୍ୟ ସରକାର ତୁରନ୍ତ ଲାଗୁ କରାନ୍ତୁ।”

ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି-“ଲୋକଙ୍କ ସ୍ୱାର୍ଥ ନୁହେଁ, ଶ୍ରେୟ ନେବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। କାଳିଆକୁ ପିଏମ୍‌ କିଷାନ ସହିତ ରାଜ୍ୟ ସରକାର ମିଶ୍ରଣ କରିଛନ୍ତି। ଠିକ୍‌ ସେମିତି ଆୟୁଷ୍ମାନ ଭାରତରେ ରାଜ୍ୟ ଯୋଜନାକୁ ମିଶ୍ରଣ କରିବାକୁ ରାଜ୍ୟ ସରକାର ଚାହୁଁଛନ୍ତି। ହେଲେ ତାହା ହେଲାନାହିଁ। ଅନ୍ୟପକ୍ଷରେ ନିକଟରେ କୋଭିଡ୍‌ ଟେଷ୍ଟିଂ ଓ ଆଇସୋଲେସନ୍‌ ବ୍ୟବସ୍ଥାକୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିଛନ୍ତି କେନ୍ଦ୍ର ସରକାର। ‘ଆୟୁଷ୍ମାନ ଭାରତ’ ଓଡ଼ିଶାରେ ଲାଗୁ ହୋଇଥିଲେ ଲୋକେ ଫାଇଦା ପାଇଥାଆନ୍ତେ। ମାତ୍ର ରାଜ୍ୟ ସରକାର ତାହା କଲେ ନାହିଁ। ଏହା ଅତ୍ୟନ୍ତ ଦୁଃଖଦ ଘଟଣା।”

Related story