କୋଟିଆ ବିବାଦ: ଆନ୍ଧ୍ରର ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଦାଏର ଅଦାଲତ ଅବମାନନା ମାମଲାକୁ ଖାରଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅନୁରୋଧକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। କୋଟିଆ ସୀମାବିବାଦ ପ୍ରସଙ୍ଗର ରାଜନୀତିକ ସମାଧାନ ପାଇଁ ଉଭୟ ରାଜ୍ୟ ଏବେ ପ୍ରୟାସ କରୁଥିବାରୁ ଏହି ଅଦାଲତ ଅବମାନନା ମାମଲାକୁ ଖାରଜ କରିବା ନିମନ୍ତେ ସୁପ୍ରିମକୋର୍ଟରେ ଆନ୍ଧ୍ରପ୍ରଦେଶ ସରକାର ଅନୁରୋଧ କରିଥିଲେ। କୋଟିଆ ଗ୍ରାମପୁଞ୍ଜକୁ ନେଇ ଉଭୟ ଆନ୍ଧ୍ର ପ୍ରଦେଶ […]

Supreme Court

Supreme Court

Ordigital Desk
  • Published: Friday, 26 November 2021
  • Updated: 26 November 2021, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଦାଏର ଅଦାଲତ ଅବମାନନା ମାମଲାକୁ ଖାରଜ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅନୁରୋଧକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। କୋଟିଆ ସୀମାବିବାଦ ପ୍ରସଙ୍ଗର ରାଜନୀତିକ ସମାଧାନ ପାଇଁ ଉଭୟ ରାଜ୍ୟ ଏବେ ପ୍ରୟାସ କରୁଥିବାରୁ ଏହି ଅଦାଲତ ଅବମାନନା ମାମଲାକୁ ଖାରଜ କରିବା ନିମନ୍ତେ ସୁପ୍ରିମକୋର୍ଟରେ ଆନ୍ଧ୍ରପ୍ରଦେଶ ସରକାର ଅନୁରୋଧ କରିଥିଲେ। କୋଟିଆ ଗ୍ରାମପୁଞ୍ଜକୁ ନେଇ ଉଭୟ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାରଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ପ୍ରାୟ ୫୦ବର୍ଷରୁ ଅଧିକ ସମୟ ଧରି ଦେଇଥିବା ନିର୍ଦ୍ଦେଶକୁ ଆନ୍ଧ୍ରପ୍ରଦେଶ ସରକାର ଉଲ୍ଲଘଂନ କରିଥିବା ଦର୍ଶାଇ ଓଡ଼ିଶା ସରକାର ଗତ ଫେବୃୟାରୀ ୧୦ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟରେ ଆଜି ଜଷ୍ଟିସ ଏଏମ୍ ଖାନୱିଲକର ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡ଼ିଶା ସରକାରଙ୍କ ଓକିଲ ନିରଞ୍ଜନ ସାହୁ କହିଛନ୍ତି ଯେ, ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି କି ଓଡ଼ିଶା ସରକାରଙ୍କ ଦ୍ୱାରା ଦାଏର ଅଦାଲତ ଅବମାନନା ଅଭିଯୋଗ ସୁପ୍ରିମକୋର୍ଟଙ୍କ ବିଚାର ପାଇଁ ରହିଛି। ଯଦି ଦୁଇ ରାଜ୍ୟ ମଧ୍ୟରେ ଆପୋଷ ସମାଧାନ ହୋଇନପାରିବ ତା’ହେଲେ ଆନ୍ଧ୍ରପ୍ରଦେଶ ସରକାର ଅଦାଲତ ଅବମାନନା କରିଛନ୍ତି କି ନାହିଁ ତାକୁ କୋର୍ଟ ବିଚାର କରିବେ। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ମାସ ପ୍ରଥମ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି।

ସୂଚନା ଅନୁସାରେ, ଏହି ମାମଲାର ଶୁଣାଣି ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିଲା । ଓଡ଼ିଶା ସରକାର ତାଙ୍କ ଅତିରିକ୍ତ ଦସ୍ତାବିଜରେ ସୁପ୍ରିମକୋର୍ଟଙ୍କୁ ଦୁଇ ରାଜ୍ୟ ମଧ୍ୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା ଓ ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଦୁଇ ରାଜ୍ୟ ଏହି ମାମଲାର ରାଜନୀତିକସ୍ତରରେ ସମାଧାନ ପାଇଁ ପ୍ରୟାସ କରୁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ୯ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କୋଟିଆ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ମିଳିତ ବିବୃତ୍ତି ଜାରି କରି ଦୁଇ ରାଜ୍ୟର ମୁଖ୍ୟସଚିବସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ସହମତି ଜଣାଇଥିଲେ । ସୁପ୍ରିମକୋର୍ଟରେ ଆଜି ମାମଲାର ଶୁଣାଣି ଥିବାବେଳେ ଓଡ଼ିଶା ସରକାର ନଭେମ୍ବର ୨୪ତାରିଖରେ ଏକ ଆଠଜଣିଆ କମିଟି ଗଠନ କରି ଆନ୍ଧ୍ରପ୍ରଦେଶ ସହ ରହିଥିବା ବିବାଦର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos