ସୁର ବାବାଙ୍କ ନାଁରେ ଯୌନ ନିର୍ଯାତନା ମାମଲା ଦେଲେ ମହିଳା

ଭୁବନେଶ୍ୱର: ସେହିପରି ବାଲିପାଟଣା ଥାନାରେ ଆଜି ଜଣେ ମହିଳା ସୁରବାବାଙ୍କ ନାଁରେ ଯୌନ ନିର୍ଯାତନା, ମାନସିକ ଓ ଶରୀରିକ ନିର୍ଯାତନା ଆଦି ଅଭିଯୋଗ ଆଣି ଏଫଆଇଆର୍ ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତାଙ୍କ ନାଁରେ କେସ୍ ନମ୍ବର ୧୯୧/୨୦୧୫ରେ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ୩୫୪ (ମହିଳାଙ୍କୁ ଅସଦାଚରଣ), ୧୦୯ (ଉସକାଇବା) ଓ ୫୦୯ (ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା) ଆଦି ଦଫା ଲାଗିଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ବାବାଙ୍କ […]

sura

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 11:24 AM IST

ଭୁବନେଶ୍ୱର: ସେହିପରି ବାଲିପାଟଣା ଥାନାରେ ଆଜି ଜଣେ ମହିଳା ସୁରବାବାଙ୍କ ନାଁରେ ଯୌନ ନିର୍ଯାତନା, ମାନସିକ ଓ ଶରୀରିକ ନିର୍ଯାତନା ଆଦି ଅଭିଯୋଗ ଆଣି ଏଫଆଇଆର୍ ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତାଙ୍କ ନାଁରେ କେସ୍ ନମ୍ବର ୧୯୧/୨୦୧୫ରେ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ୩୫୪ (ମହିଳାଙ୍କୁ ଅସଦାଚରଣ), ୧୦୯ (ଉସକାଇବା) ଓ ୫୦୯ (ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା) ଆଦି ଦଫା ଲାଗିଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ବାବାଙ୍କ ପ୍ରରୋଚନାରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା।

ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୦୫ରେ କିଛି ସମସ୍ୟା ନେଇ ମୁଁ ଆଶ୍ରମକୁ ଯାଇଥିଲି । ସୁର ବାବା ପୂଜା ଛଳରେ ମୋ ପାଖରୁ ୧ଲକ୍ଷ ୨୦ହଜାର ଟଙ୍କା ନେଇଥିଲେ । ସେତେବେଳେ ବାବା ତ୍ରାହି ଅଚ୍ୟୁତ ଆଶ୍ରମରେ ଜାଗା କିଣି ରହିବାକୁ ବାଧ୍ୟ କରିଥିଲେ । ୨୦୦୭ରେ ମୁଁ ସପରିବାର ଅଚ୍ୟୁତ ନଗରରେ ରହିବା ପରେ ରାସ ବିଭାଗରେ ବିନା ମଜୁରୀରେ କାମ କରିବାକୁ ବାଧ୍ୟ କରାଯାଇଥିଲା । ବାବାଙ୍କ ଇଙ୍ଗିତରେ ଆଶ୍ରମରେ ଚାଲିଥିବା ରାତି କଲେଜରେ ଯୋଗ ଦେବାକୁ ୪ଜଣ ମହିଳା ବାଧ୍ୟ କରିଥିଲେ । ବାବାଙ୍କ ସହଯୋଗୀ ତାଙ୍କ ପିଛା କରିବା ସହ ନଜର ରଖୁଥିଲେ । ସୁର ବାବା ରାତି କଲେଜରେ ଯୁବତୀ ଓ ମହିଳାମାନଙ୍କୁ ପୂଜା ବାହାନାରେ ସମ୍ପୂର୍ଣ୍ଣ ଉଲଗ୍ନ କରି ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଓ ପରବର୍ତ୍ତୀ ସମୟରେ ବ୍ଲାକମେଲିଂ କରୁଥିଲେ । ଏହା ଜାଣିବା ପରେ ମୁଁ ସେଠାକୁ ଯାଇ ନ ଥିଲି ଓ ମୋ ସ୍ୱାମୀଙ୍କୁ ଯିବାକୁ ମନା କରିଥିଲି । ବାବାଙ୍କ କଥାରେ ରାଜି ନ ହେବାରୁ ସେ ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ମୋ ସ୍ୱାମୀଙ୍କର ବିବାହ ଜଣେ ମହିଳାଙ୍କ ସହ କରାଇ ଦେଇଥିଲେ । ମୁଁ ଏହାକୁ ବିରୋଧ କରିବାରୁ ବାବାଙ୍କ ପୁଅ ତ୍ରିଲୋଚନ ଓ ବିରଞ୍ଚି ମୋତେ ଓ ମୋ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ବାବାଙ୍କ ଦୁଇ ପୁଅଙ୍କ ଇଙ୍ଗିତରେ ଏକାଧିକ ବ୍ୟକ୍ତି ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଓ ବାବାଙ୍କ ସହଯୋଗୀମାନେ ମୋ ଉପରେ ନଜର ରଖୁଥିଲେ । ଏପରି କି ସେମାନେ ମାରାଣାସ୍ତ୍ର ଦେଖାଇ ମୋତେ ଧମକ ଦେଉଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ତାଙ୍କୁ ଓ ତାଙ୍କ ପୁଅର ଜୀବନକୁ ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସେ ଏତଲାରେ ଦର୍ଶାଇଛନ୍ତି ।

Related story