ମୋକିମ ମୁଖିଆ ହେଲେ ସୁରଙ୍କ ମତ କ’ଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତା ୧୦ ତାରିଖରେ କିଛି କଂଗ୍ରେସ ନେତା ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ନିରଂଜନ ହଟାଓ ପାଇଁ ଦାବି କରିବେ। ଏହି ମେଳି ବିରୋଧରେ ବର୍ଷିଛନ୍ତି ବିଧାୟକ ସୁରେଶ ରାଉତରାୟ। କହିଛନ୍ତି ମୁଁ ଯିବିନି। ଏହି ଛୋଟକାଟିଆ କାମ ମୁଁ କରେନି। ଯେଉଁମାନେ ଯାଉଛନ୍ତି, ହୋଟେଲରେ ବୈଠକ କରୁଛନ୍ତି, ମୋର ସନ୍ଦେହ ଏମାନେ କଂଗ୍ରେସର ନୁହନ୍ତି। ଦଳର ଏତେ କାମ। ହେଲେ ଏମାନେ କେବେ ନଥାନ୍ତି। ନିରଞ୍ଜଜନ ଇସ୍ତଫା ଦେଇସାରିଛନ୍ତି। ସୋନିଆ ଗାନ୍ଧି କହିଛନ୍ତି […]

5432

Tapas Behera
  • Published: Monday, 04 November 2019
  • , Updated: 04 November 2019, 05:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତା ୧୦ ତାରିଖରେ କିଛି କଂଗ୍ରେସ ନେତା ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ନିରଂଜନ ହଟାଓ ପାଇଁ ଦାବି କରିବେ। ଏହି ମେଳି ବିରୋଧରେ ବର୍ଷିଛନ୍ତି ବିଧାୟକ ସୁରେଶ ରାଉତରାୟ। କହିଛନ୍ତି ମୁଁ ଯିବିନି। ଏହି ଛୋଟକାଟିଆ କାମ ମୁଁ କରେନି। ଯେଉଁମାନେ ଯାଉଛନ୍ତି, ହୋଟେଲରେ ବୈଠକ କରୁଛନ୍ତି, ମୋର ସନ୍ଦେହ ଏମାନେ କଂଗ୍ରେସର ନୁହନ୍ତି। ଦଳର ଏତେ କାମ। ହେଲେ ଏମାନେ କେବେ ନଥାନ୍ତି।

ନିରଞ୍ଜଜନ ଇସ୍ତଫା ଦେଇସାରିଛନ୍ତି। ସୋନିଆ ଗାନ୍ଧି କହିଛନ୍ତି ଯେ, ବିକଳ୍ପ ବ୍ୟବସ୍ଥା ନ ହେଲା ଯାଏ ନିରଂଜନ ରହି ସଂଗଠନ ସମ୍ଭାଳିବେ।  ଆମେ ହେଉଛୁ ଲୟାଲ କଂଗ୍ରେସ କର୍ମୀ। ସୋନିଆଙ୍କ ନିର୍ଦେଶ ମାନିବୁ। ନିରଞ୍ଜନ ହେଲେ ମାନିବୁ। ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅମର ପ୍ରଧାନ କି ମୋକିମ ସଭାପତି ହେଲେ ମାନିବି। ରାଜ୍ୟ କଂଗ୍ରେସରେ ସଭାପତି ପଦକୁ ନେଇ ଦେଖାଦେଇଥିବା କେଁ ଏବେ ଚରମସୀମାରେ ପହଞ୍ଚିଛି। ପିସିସି ସଭାପତି ପରିବର୍ତ୍ତନ ଆହ୍ୱାନରେ ନୂଆ ମୋଡ଼ ଆସିଛି। ନିରଞ୍ଜନ ବିରୋଧୀ ମେଳିରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁରେ ମୋହର ଲଗାଇନ୍ତି ମୋକିମ୍ ସମର୍ଥକ ।

ଭୁବନେଶ୍ୱରରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ସେପଟେ ଦିଲ୍ଲୀ ଯାଇ AICC ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପିସିସି ସଭାପତି ପରିବର୍ତ୍ତନ ପ୍ରସ୍ତାବ ଦିଆଯିବ ବୋଲି ରୁଦ୍ଧଦ୍ୱାର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଜି ସମର୍ଥନ ଯୋଗାଡ଼ ପାଇଁ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଛନ୍ତି  ଅସନ୍ତୁଷ୍ଟ ଗୋଷ୍ଠୀ। ମୋକିମଙ୍କ ନାଁ ପ୍ରସ୍ତାବ କରିବାକୁ ହେମାନନ୍ଦଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ଦିନରେ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ସମର୍ଥନ ମାଗିବେ ଅସନ୍ତୁଷ୍ଟ।

Related story