ସୁରବାବାଙ୍କ ଘରେ ପୋଲିସର ଖାନତଲାସ: ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମରେ ଥିବା ସୁରବାବାଙ୍କ ଘରେ ପୋଲିସ ପକ୍ଷରୁ ଖାନତଲାସ ଚାଲିଛି । ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ପୋଲିସ ଟିମ ସୁରବାବାଙ୍କ ଘରେ ଏହି ଚଢାଉ ଜାରି ରଖିଛନ୍ତି । ତଲାସିବେଳେ ସୁରବାବାଙ୍କ ଘରୁ ବହୁ ଗରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି । ପୋଲିସ ସୁରବାବାଙ୍କ ଘରୁ ୩ଲକ୍ଷ ଟଙ୍କା ସହ ୧୫୦ ଗ୍ରାମ ସୁନା ଜବତ କରିଛି । ଏହାସହ ସିସିଟିଭି କ୍ୟାମେରା ଫୁଟେଜ, ଏକ କମ୍ପ୍ୟୁଟର, ଲାପଟପ ଓ ପେନ ଡ୍ରାଇଭ ପୋଲିସ ଜବତ କରିଛି । ଏହାସହ ପୋଲିସ ଆଶ୍ରମ କାର୍ଯ୍ୟାଳୟ ଓ ପୋଥିଗୃହକୁ ସିଲ କରିଦେଇଛି ।