ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
#COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II
ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି IIସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ ଅଛି ଏବଂ ସୁସ୍ଥ ଅଛି II pic.twitter.com/BG3bPXOVMc— Suresh Pujari (@sureshkpujari) August 8, 2020
ସେ ଟ୍ୱିଟ୍ କରି ଲେଖିଛନ୍ତି,“କରୋନାର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି। ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୂଚନା କରିଛନ୍ତି। ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଅଛି ଏବଂ ସୁସ୍ଥ ଅଛି।”
ସୂଚନାଯୋଗ୍ୟ, ଖାଲି ସୁରେଶ ପୂଜାରୀ ନୁହନ୍ତି, ଏହା ପୂର୍ବରୁ ନୀଳଗିରି, ରେମୁଣା ଓ ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେହିପରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପା କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସାଧୀନ ଅଛନ୍ତି। ନିକଟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାରେ ଆରୋଗ୍ୟ ହୋଇଛନ୍ତି।