ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଙ୍କିରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଆଖିରେ ଭୁବନେଶ୍ୱର ଓୟୁଏଟିରେ ଅସ୍ତ୍ରୋପଚାର କରାଯାଇଛି । ସାପଟି କାତି ଛଡାଇବାରେ ଅସୁବିଧା ଯୋଗୁଁ କାତି ପାକଳ ହୋଇ ଆଖି ଉପରେ ପରଳ ଭାବେ ରହିଥିଲା । ଏଥିଯୋଗୁଁ ସାପଟି ଠିକ ଭାବେ ଚଳପ୍ରଚଳ କରିପାରୁ ନଥିଲା।
ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସାପର ମୁହଁରେ ଟେପ୍ ବାନ୍ଧି ଦେଇଥିଲେ। ଫଳରେ ସାପର ଆଖିରେ କ୍ଷତ ସୃଷ୍ଟି ହୋଇଥିଲା । ଏନେଇ ଖବର ପାଇବା ପରେ ସାପଟିକୁ ଉଦ୍ଧାର କରାଯାଇଥିଲା । ଅପରେସନ ପରେ ସାପଟି ସୁସ୍ଥ ଥିଲେ ମଧ୍ୟ ଆଉ ୧୫ଦିନ ତାର ସ୍ୱାସ୍ଥ୍ୟାବସ୍ଥା ଉପରେ ଉପରେ ନଜର ରଖାଯିବ ବୋଲି ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି ।