ମାଟି କରିଦେଲା କୋଭିଡ୍! ୨୯% ପିଲା ନାଁ ଲେଖାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଇଟ୍ ଟୁ ଏଜୁକେସନ୍ ଫୋରମ୍ ଓ ସେଭ୍ ଦ ଚିଲଡ୍ରେନର ସଦ୍ୟ ପ୍ରକାଶିତ ଦ ପଜ୍‌ଡ କ୍ଲାସରୁମ୍ସ ସର୍ଭେ ରିପୋର୍ଟ ଜାରି ହୋଇଛି। ଏହି ସର୍ଭେ ରିପୋର୍ଟ ମୁତାବକ, ରାଜ୍ୟରେ ୬ ବର୍ଷ ବୟସ ଛୁଇଁଥିବା ପିଲାଙ୍କ ଭିତରୁ ମାତ୍ର ୨୯ ପ୍ରତିଶତ ପିଲାଙ୍କର ସ୍କୁଲରେ ନାମଲେଖା ହୋଇପାରିଛି। ଲମ୍ବା ସମୟ ଧରି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବାରୁ ପିଲାମାନେ ପୂର୍ବରୁ ଯାହା କିଛି ଶିଖିଥିଲେ, ସେସବୁ ଭୁଲିଗଲେଣି। ସେହିପରି ରିପୋର୍ଟରେ […]

student

Ranjit Kumar Jena
  • Published: Friday, 17 September 2021
  • , Updated: 17 September 2021, 08:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଇଟ୍ ଟୁ ଏଜୁକେସନ୍ ଫୋରମ୍ ଓ ସେଭ୍ ଦ ଚିଲଡ୍ରେନର ସଦ୍ୟ ପ୍ରକାଶିତ ଦ ପଜ୍‌ଡ କ୍ଲାସରୁମ୍ସ ସର୍ଭେ ରିପୋର୍ଟ ଜାରି ହୋଇଛି। ଏହି ସର୍ଭେ ରିପୋର୍ଟ ମୁତାବକ, ରାଜ୍ୟରେ ୬ ବର୍ଷ ବୟସ ଛୁଇଁଥିବା ପିଲାଙ୍କ ଭିତରୁ ମାତ୍ର ୨୯ ପ୍ରତିଶତ ପିଲାଙ୍କର ସ୍କୁଲରେ ନାମଲେଖା ହୋଇପାରିଛି। ଲମ୍ବା ସମୟ ଧରି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବାରୁ ପିଲାମାନେ ପୂର୍ବରୁ ଯାହା କିଛି ଶିଖିଥିଲେ, ସେସବୁ ଭୁଲିଗଲେଣି।

ସେହିପରି ରିପୋର୍ଟରେ ଆହୁରି ଦର୍ଶାଯାଇଛି, ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଛୋଟ ପିଲାଙ୍କ ପ୍ରି-ସ୍କୁଲ ପାଠପଢ଼ାକୁ ଅଭିଭାବକ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ଏହି ସର୍ଭେ ବେଳେ ୯୦ ପ୍ରତିଶତ ଶିକ୍ଷକ କହିଛନ୍ତି ଯେ ଅନଲାଇନ୍ ଶିକ୍ଷା ପିଲାଙ୍କ ପାଠ୍ୟକ୍ରମରେ ସେଭଳି କୌଣସି ସହାୟକ ହେଉନି। ଏପରିକି ୟୁଟ୍ୟୁବ୍ ଶିକ୍ଷା ମଧ୍ୟ ଲାଭଦାୟକ ନୁହେଁ ବୋଲି ୮୫ ପ୍ରତିଶତ ଶିକ୍ଷକ କହିଛନ୍ତି। ତେବେ ୯୨ ପ୍ରତିଶତ ଶିକ୍ଷକଙ୍କ ମତରେ ଅନଲାଇନ୍ ଶିକ୍ଷା ଲାଗି ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ।

ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ପାଠପଢ଼ା ନେଇ କଣ କରାଯିବ? କିଛି ବୁଝାପଡ଼ୁନି ବୋଲି ୭୪ ପ୍ରତିଶତ ମତଦାତା କହିଛନ୍ତି। ଗତ ଦୁଇ ବର୍ଷ ବିନା ଶ୍ରେଣୀ ଗୃହ ଶିକ୍ଷାରେ ବିତିଯାଇଛି। ଏହାଦ୍ୱାରା କେବଳ ପାଠ ନଷ୍ଟ ହୋଇନି ବରଂ ପିଲାମାନଙ୍କ ମାନସିକସ୍ତରରେ ବି ପ୍ରଭାବିତ ହୋଇଛି। ତେବେ ସେଥିରୁ ମୁକୁଳିବା ଲାଗି ଛାତ୍ରଛାତ୍ରୀଙ୍କୁ ସାମାଜିକ ଓ ଅଭିଭାବକସ୍ତରରେ ସହାନୁଭୂତି ଓ ସମର୍ଥନ ମିଳିବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଯୋଗୁ ସ୍କୁଲ ବନ୍ଦ ରହିଛି ଏବଂ ପିଲାମାନେ ଅନଲାଇନରେ ପାଠ ପଢ଼ୁଛନ୍ତି। ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ଶିଶୁମାନଙ୍କର ଶିକ୍ଷା ପ୍ରଭାବିତ ହୋଇଛି। ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀରେ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି। ଅଭିଭାବକ ହୁଅନ୍ତୁ କି ଶିକ୍ଷକ ସମସ୍ତଙ୍କୁ ଏବେ କରୋନା ଚିନ୍ତା। କେବେ ଏହି ଅଦୃଶ୍ୟ ଭୂତାଣୁ ଯିବ ଏବଂ ଶିକ୍ଷାଦାନ ବ୍ୟବସ୍ଥା ସ୍ୱାଭାବିକ ହେବ, ପିଲାଙ୍କ କୋଳାହଳରେ ପୁଣି ମୁଖରିତ ହେବ ସ୍କୁଲ ପରିବେଶ, ତାକୁ ଅପେକ୍ଷା କରି ରହିଛନ୍ତି ଅଭିଭାବକ।

Related story