ବଦଳିଲା ମନ୍ତ୍ରୀଙ୍କ ବିଭାଗ; ପୂର୍ତ୍ତ ଓ ଜଳସଂପଦ ବିଭାଗ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ଅଦଳବଦଳ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ରଖିଥିବା ପୂର୍ତ୍ତ ଓ ଜଳ ସଂପଦ ବିଭାଗକୁ ମଧ୍ୟ ଛାଡ଼ି ଦେଇଛନ୍ତି। ଅନେକ ଦିନରୁ ଏହି ଦୁଇଟି ବିଭାଗ ତାଙ୍କ ପାଖରେ ଥିଲା।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଜଳ ସଂପଦ ବିଭାଗ ଦିଆଯାଇଛି। ସେ ପୂର୍ବ ଭଳି ଗୃହ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ।
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି। ଏହା ସହିତ ସେ ପୂର୍ବଭଳି ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ। ଶିଳ୍ପ ବିଭାଗଟି ପୂର୍ବରୁ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା।
ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୂର୍ତ୍ତ ବିଭାଗ ମନ୍ତ୍ରୀ କରାଯାଇଛି। ତେବେ ପୂର୍ବଭଳି ସେ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ମଧ୍ୟ ରହିବେ। ତାଙ୍କ ହାତରୁ ଶକ୍ତି ବିଭାଗ କାଢ଼ି ନିଆଯାଇ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦିଆଯାଇଛି। ସୁଶାନ୍ତ ସିଂଙ୍କ ହାତରେ ପୂର୍ବଭଳି ଶ୍ରମ ବିଭାଗ ମଧ୍ୟ ରହିବ।
ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଲୋକ ସଂପର୍କ ଓ ସୂଚନା ପ୍ରସାରଣ ବିଭାଗ ଦିଆଯାଇଛି। ସେ ଦୁଇଟି ଯାକ ବିଭାଗ କଥା ବୁଝିବେ।

Ordigital Desk
• Published: Saturday, 03 March 2018
• Updated: 03 March 2018, 02:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ଅଦଳବଦଳ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ରଖିଥିବା ପୂର୍ତ୍ତ ଓ ଜଳ ସଂପଦ ବିଭାଗକୁ ମଧ୍ୟ ଛାଡ଼ି ଦେଇଛନ୍ତି। ଅନେକ ଦିନରୁ ଏହି ଦୁଇଟି ବିଭାଗ ତାଙ୍କ ପାଖରେ ଥିଲା।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଜଳ ସଂପଦ ବିଭାଗ ଦିଆଯାଇଛି। ସେ ପୂର୍ବ ଭଳି ଗୃହ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ।
ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି। ଏହା ସହିତ ସେ ପୂର୍ବଭଳି ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ। ଶିଳ୍ପ ବିଭାଗଟି ପୂର୍ବରୁ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା।
ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୂର୍ତ୍ତ ବିଭାଗ ମନ୍ତ୍ରୀ କରାଯାଇଛି। ତେବେ ପୂର୍ବଭଳି ସେ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ମଧ୍ୟ ରହିବେ। ତାଙ୍କ ହାତରୁ ଶକ୍ତି ବିଭାଗ କାଢ଼ି ନିଆଯାଇ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦିଆଯାଇଛି। ସୁଶାନ୍ତ ସିଂଙ୍କ ହାତରେ ପୂର୍ବଭଳି ଶ୍ରମ ବିଭାଗ ମଧ୍ୟ ରହିବ।
ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଲୋକ ସଂପର୍କ ଓ ସୂଚନା ପ୍ରସାରଣ ବିଭାଗ ଦିଆଯାଇଛି। ସେ ଦୁଇଟି ଯାକ ବିଭାଗ କଥା ବୁଝିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos