ଜେଲ୍‌ରେ ଥିଲେ ଦୁଷ୍କର୍ମ ଅଭିଯୁକ୍ତ, ହେଲା ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।  ମୃତକ ହେଲେ କଣ୍ଟାମାଳ ବ୍ଲକ କଳରକୋଠା ଗାଁର ଅରକ୍ଷିତ ସାହୁ । ସେ ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିଲେ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି । ଜେଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅରକ୍ଷିତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା ।  ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଯାଇଥିଲା […]

Jail

  • Published: Tuesday, 27 September 2022
  • , Updated: 27 September 2022, 12:30 PM IST

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।  ମୃତକ ହେଲେ କଣ୍ଟାମାଳ ବ୍ଲକ କଳରକୋଠା ଗାଁର ଅରକ୍ଷିତ ସାହୁ । ସେ ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିଲେ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି ।

ଜେଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅରକ୍ଷିତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା ।  ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଗଲା ? କିଛି ରୋଗରେ ସେ ପୀଡ଼ିତ ହୋଇ ଅସୁସ୍ଥ ହେଲେ ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ।

ଦୁଇମାସ ତଳେ ଏଇ ଜେଲ୍‌ରେ ଜଣେ କଏଦୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିଲେ କିଛି କଏଦୀ । ଯାହାକୁ ନେଇ ସେତେବେଳେ ହଇଚଇ ହେବା ସହ ଜେଲ୍‌ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ହେଲେ ଏଭଳି ସ୍ଥିତିରେ ବର୍ତ୍ତମାନ କଏଦୀ ମୃତ୍ୟୁ ଘଟଣାକୁ ନେଇ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି।

Related story