ଛାତରୁ ମିଳିଲା ଛାତ୍ରଙ୍କ ମୃତଦେହ, ଜଣାପଡ଼ୁନି କାରଣ

ଜୟପୁର(ଟି ଗୌରିଶଙ୍କର):  ପରୀକ୍ଷା ସରିବା ପରେ ମନ ଖୁସିରେ ଘରକୁ ଫେରିଥିଲେ। କିଛି ସମୟ ପରେ ଛାତ ଉପରକୁ ଯାଇଥିଲେ ଛାତ୍ର। ଏହାପରେ ତଳକୁ ନ ଆସିବାରୁ ପରିବାର ଲୋକେ ଛାତକୁ ଯାଇ ପିଲାଟି ଗୁରୁତର ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଲେ। ତୁରନ୍ତ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ। ଏପରି ଅସ୍ୱାଭାବିକ ଘଟଣା ରାୟଗଡ଼ା ଜିଲ୍ଲା ଜୟପୁରରେ ଘଟିଛି। ମୃତକ ହେଲେ ଜୟପୁର ପାରାବେଡା ସରସ୍ୱତୀ ଶିଶୁ […]

student

  • Published: Friday, 30 September 2022
  • , Updated: 30 September 2022, 06:51 PM IST

ଜୟପୁର(ଟି ଗୌରିଶଙ୍କର):  ପରୀକ୍ଷା ସରିବା ପରେ ମନ ଖୁସିରେ ଘରକୁ ଫେରିଥିଲେ। କିଛି ସମୟ ପରେ ଛାତ ଉପରକୁ ଯାଇଥିଲେ ଛାତ୍ର। ଏହାପରେ ତଳକୁ ନ ଆସିବାରୁ ପରିବାର ଲୋକେ ଛାତକୁ ଯାଇ ପିଲାଟି ଗୁରୁତର ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଲେ। ତୁରନ୍ତ ପିଲାଟିକୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ। ଏପରି ଅସ୍ୱାଭାବିକ ଘଟଣା ରାୟଗଡ଼ା ଜିଲ୍ଲା ଜୟପୁରରେ ଘଟିଛି। ମୃତକ ହେଲେ ଜୟପୁର ପାରାବେଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସପ୍ତମ ଶ୍ରେଣୀର ଛାତ୍ର ଶିବାଶିଷ ନାୟକ ।

ସୂଚନା ଅନୁଯାୟୀ, ଗତକାଲି ଷାଣ୍ମାସିକ ପରୀକ୍ଷାର ଶେଷ ଦିନ ଥିବାରୁ ଶିବାଶିଷ ପରୀକ୍ଷା ଦେଖି ଘରକୁ ଫେରିଥିଲେ। ଏହାପରେ ସେ ଛାତ ଉପରକୁ ଚାଲି ଯାଇଥିଲେ। କିଛି ସମୟ ପରେ ତାଙ୍କ ମା’ ଓ ଭଉଣୀ ଛାତକୁ ଯାଇ ଶିବାଶିଷ ସେଠାରେ ସେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କ ପାଟି ଓ ମୁହଁରୁ ଲାଳ ବାହାରୁଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ଜୟପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

[caption id="attachment_770222" align="aligncenter" width="650"] ମୃତ ଛାତ୍ରଙ୍କ ଶୋକାକୂଳ ବାପା ।[/caption]

ଶିବାଶିଷଙ୍କ ବାପା ଗଦାଧର ନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ହେଲା ପଶ୍ରବେଡାଠାରେ ଥିବା ଦଶହରା ପଡ଼ିଆରେ ରହୁଥିବା କିଛି ଅସାମାଜିକ ଲୋକ ତାଙ୍କ ନାବାଳକ ପୁଅକୁ ହଜାରେ ଟଙ୍କା ମାଗୁଥିଲେ। ଏପରିକି ଘରେ କାହାକୁ କହିଲେ ବା ପୁଲିସ୍‌କୁ ଜଣାଇଲେ  ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।  ଏପରିକି ପୁଅ ଡରିଯାଇ ଗତକାଲି ପକେଟରୁ ହଜାରେ ଟଙ୍କା ଚୋରି କରି ନେଇଥିଲା ବୋଲି କହିଛନ୍ତି ଶିବାଶିଷ । ତେବେ କେଉଁ ପରିସ୍ଥିତିରେ ପିଲାଟିର ମୃତ୍ୟୁ ହେଲା ସେକଥା ଜଣାପଡ଼ୁନି ।

ଖବର ପାଇବା ପରେ ଟାଉନ ଥାନା ପୁଲିସ ମେଡ଼ିକାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି । ଏପଟେ ଖବରପାଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶୋକପ୍ରକାଶ କରିଛନ୍ତି  ।

Related story