ଠିକାଦାରଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ମହାରାଜ ପଲ୍ଲୀ ନିକଟରେ ଜଣେ ଠିକାଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରମେନ୍ ବିଶ୍ୱାସ। କେହି ତାଙ୍କୁ ଟାଙ୍ଗିଆ ବା କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। ରମେନ୍ ଏମ୍ ଭି 43 ଗାଁ ର ଜଣେ ବଡ଼ ଠିକାଦାର ଥିଲେ । ଗତକାଲି ରାତିରେ ରମେନଙ୍କ ମୃତଦେହ ମହାରାଜପଲ୍ଲି ରାସ୍ତା ନିକଟରେ ପଡ଼ିଥିବା ସ୍ଥନୀୟ ଲୋକେ ଦେଖିଥିଲେ। ଏନେଇ ଗାଁ […]

45550000

Tapaswini Nayak
  • Published: Sunday, 24 March 2019
  • , Updated: 24 March 2019, 05:10 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ମହାରାଜ ପଲ୍ଲୀ ନିକଟରେ ଜଣେ ଠିକାଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରମେନ୍ ବିଶ୍ୱାସ। କେହି ତାଙ୍କୁ ଟାଙ୍ଗିଆ ବା କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। ରମେନ୍ ଏମ୍ ଭି 43 ଗାଁ ର ଜଣେ ବଡ଼ ଠିକାଦାର ଥିଲେ ।

ଗତକାଲି ରାତିରେ ରମେନଙ୍କ ମୃତଦେହ ମହାରାଜପଲ୍ଲି ରାସ୍ତା ନିକଟରେ ପଡ଼ିଥିବା ସ୍ଥନୀୟ ଲୋକେ ଦେଖିଥିଲେ। ଏନେଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମଭି 79 ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story