ଅବ୍ୟବହୃତ ଶୌଚାଳୟ ଗୁଡ଼ିକର ମଡେଲ ପରିବର୍ତ୍ତନ କଲା ବିଏମସି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗରରେ ସ୍ୱଚ୍ଛ ଓ ବାହ୍ୟ ଶୌଚ ମୁକ୍ତ ସହର ଭାବେ ଗଢ଼ି ତୋଳବା ପାଇଁ  ଆଉ ପାଦେ ଆଗେଇ ଆସିଛି ନିଗମ କର୍ତ୍ତୃପକ୍ଷ। ଦୀର୍ଘ ଦିନ ଧରି ଅବ୍ୟବହୃତ ହୋଇ ପଡ଼ିରହିଥିବା ଶୌଚାଳୟର ମଡ଼େଲ ବଦଳାଇବା ସହ ମହିଳା ଓ ସାଧାରଣ ଯାତ୍ରୀଙ୍କୁ କିଭଳି ମିଳିବ  ଶୌଚାଳୟ ସୁବିଧା ସେଥିପାଇଁ ଦେଇଛି ଅଧିକ ଧ୍ୟାନ। ଯଦ୍ୱାରା ଲୋକେ ବାହ୍ୟ ଶୌଚ ନ କରି ନିକଟସ୍ଥ ଶୌଚାଳୟକୁ ବ୍ୟବହାର କରୁଛନ୍ତି। ବ୍ରହ୍ମପୁର ମହାନଗରରେ […]

479

Tapas Behera
  • Published: Friday, 13 September 2019
  • , Updated: 13 September 2019, 06:20 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗରରେ ସ୍ୱଚ୍ଛ ଓ ବାହ୍ୟ ଶୌଚ ମୁକ୍ତ ସହର ଭାବେ ଗଢ଼ି ତୋଳବା ପାଇଁ  ଆଉ ପାଦେ ଆଗେଇ ଆସିଛି ନିଗମ କର୍ତ୍ତୃପକ୍ଷ। ଦୀର୍ଘ ଦିନ ଧରି ଅବ୍ୟବହୃତ ହୋଇ ପଡ଼ିରହିଥିବା ଶୌଚାଳୟର ମଡ଼େଲ ବଦଳାଇବା ସହ ମହିଳା ଓ ସାଧାରଣ ଯାତ୍ରୀଙ୍କୁ କିଭଳି ମିଳିବ  ଶୌଚାଳୟ ସୁବିଧା ସେଥିପାଇଁ ଦେଇଛି ଅଧିକ ଧ୍ୟାନ। ଯଦ୍ୱାରା ଲୋକେ ବାହ୍ୟ ଶୌଚ ନ କରି ନିକଟସ୍ଥ ଶୌଚାଳୟକୁ ବ୍ୟବହାର କରୁଛନ୍ତି।

ବ୍ରହ୍ମପୁର ମହାନଗରରେ ବାହାରେ ପରିସ୍ରା ଗଲେ ଜରିମାନା ଗତ କିଛି ମାସ ଲାଗୁ କରିଛି ବିଏମ୍ସି । ତେବେ ବ୍ରହ୍ମପୁର ମହାନଗର ନିଗମର ବହୁ ଶୌଚାଳୟ ତାଲା ବନ୍ଦ ଓ ଭାଙ୍ଗି ହୋଇ ପଡ଼ିରହିଥିବା ଯୋଗୁ ବିଏମ୍‌ସିକୁ ଶୁଣିବାକୁ ପଡ଼ିଥିଲା ଆଲୋଚନା।  ଏହାପରେ  ସଚେତନ ହୋଇଥିଲେ କର୍ତ୍ତୃପକ୍ଷ।  ଅବ୍ୟବହୃତ ହୋଇପଡ଼ିଥିବା ଶୌଚାଳୟ ଗୁଡ଼ିକର ମଡେଲରେ ପରିବର୍ତ୍ତନ କରିଛନ୍ତି। ତେବେ ମହିଳାଙ୍କ ପାଇଁ ଶୌଚାଳୟ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସହରର ବିଭିନ୍ନ ଛକ, ପୁରୁଷ ଶୌଚାଳୟ ଠାରେ ହିଁ ଲେଖାଯାଇଛି ମହିଳା ଶୌଚାଳୟର ଠିକଣା ଯଦି କୌଣସି ମହିଳା ନ ଜାଣିପାରିବେ ସେଥିରେ ଦିଆଯାଇଛି ଜଣେ କର୍ମଚାରୀଙ୍କ ନମ୍ବର। ଏଥିସହ ଗୁଗୁଲ ମ୍ୟାପ୍ ଯୋଗେ ଲୋକେ ମହିଳା ଶୌଚାଳୟ ବିଷୟରେ ବି ଜାଣିପାରିବେ। ବ୍ରହ୍ମପୁରରେ ବିଭିନ୍ନ ସ୍ଥାନରେ ଥିବା ୩୦ରୁ ଊର୍ଦ୍ଧ୍ୱ ମହିଳା ଶୌଚାଳୟକ ଗୁଗୁଲ୍ ମ୍ୟାପ୍‌ରେ ବି ଚିହ୍ନଟ କରାଯାଇଛି । ଗୁଗୁଲ୍ ମ୍ୟାପ୍ ଯାଇ ଏସ୍‌ବିଏମ୍ ଟଏଲେଟ୍ ସର୍ଚ୍ଚ କଲେ, ମହିଳା ଜଣଙ୍କ ଜାଣିପାରିବେ ଏହାର ଅବସ୍ଥିତି । ଏଥିସହ ସହରର ମୁଖ୍ୟ ଛକ, ବଜାର ଅଞ୍ଚଳରେ କରାଯାଇଛି ସାଇନ୍ ବୋର୍ଡର ବ୍ୟବସ୍ଥା । ଯାହାକୁ ସ୍ୱାଗତ କରିଛନ୍ତି ମହିଳା । ଏହି ଶୌଚାଳୟ ଗୁଡ଼ିକୁ  ରକ୍ଷଣାବେକ୍ଷଣ ଓ ତଦାରଖ କରୁଛନ୍ତି ମହିଳା ଗ୍ରୁପ୍ । ଯେଉଁଠି ମହିଳା ମାନେ ମାଗଣାରେ ଶୌଚ କରି ଯାଇପାରୁଛନ୍ତି।

Related story