ସ୍ୱେଚ୍ଛାସେବୀ ସଂସ୍ଥାର ବିଦେଶୀ ଅନୁଦାନ ରେଜିଷ୍ଟ୍ରେସନ ରଦ୍ଦ କରିବା ଉପରେ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଶାର ୬୨୭ଟି ସ୍ୱେଚ୍ଛାସେବୀ ସଂସ୍ଥାର ବିଦେଶୀ ଅନୁଦାନ ରେଜିଷ୍ଟ୍ରେସନକୁ କେନ୍ଦ୍ର ସରକାର ରଦ୍ଦ କରିବା ପରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏ ନେଇ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନି । ସୂଚନା ମିଳିବା ପରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ରିଟର୍ଣ୍ଣ ଫାଇଲ୍ କରି ନ ଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓଡ଼ିଶାର ୬୨୭ଟି ଏନଜିଓର ଏଫସିଆରଏ ରେଜିଷ୍ଟ୍ରେସନ […]

pradeep

Rakesh Mallick
  • Published: Saturday, 13 June 2015
  • , Updated: 13 June 2015, 01:54 AM IST

ଭୁବନେଶ୍ୱର: ଓଡ଼ିଶାର ୬୨୭ଟି ସ୍ୱେଚ୍ଛାସେବୀ ସଂସ୍ଥାର ବିଦେଶୀ ଅନୁଦାନ ରେଜିଷ୍ଟ୍ରେସନକୁ କେନ୍ଦ୍ର ସରକାର ରଦ୍ଦ କରିବା ପରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏ ନେଇ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନି । ସୂଚନା ମିଳିବା ପରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ରିଟର୍ଣ୍ଣ ଫାଇଲ୍ କରି ନ ଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓଡ଼ିଶାର ୬୨୭ଟି ଏନଜିଓର ଏଫସିଆରଏ ରେଜିଷ୍ଟ୍ରେସନ ରଦ୍ଦ କରିଛି । ଏଥିରେ ଓକାକ୍, ଓୟୁଏଟି, ଓପେପା ଭଳି ବଡ଼ ବଡ଼ ସରକାରୀ ସଂସ୍ଥା ରହିଛନ୍ତି । ରେଜିଷ୍ଟ୍ରେସନ ରଦ୍ଦ ହୋଇଥିବାରୁ ଏହି ଏନଜିଓଗୁଡ଼ିକ ଏଣିକି ବିଦେଶୀ ଅନୁଦାନ ପାଇବେ ନାହିଁ ।

Related story