‘ସ୍ୱାମୀ ମୁକୁନ୍ଦାନନ୍ଦଙ୍କ କବଳରୁ ମୋ’ ଝିଅକୁ ମୁକୁଳାଇ ଦିଅ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ‘ଦେଢ ବର୍ଷ ହେଲାଣି ମୁଁ ମୋ ଝିଅକୁ ଦେଖିନି। ସ୍ୱାମୀ ମୁକୁନ୍ଦାନନ୍ଦ ତାକୁ ବନ୍ଦୀ ରଖିଛନ୍ତି, ଛାଡ଼ୁ ନାହାନ୍ତି। ଦୟା କରି ମୋ’ ଝିଅକୁ ଉଦ୍ଧାର କରି ମୋତେ ଫେରାଇ ଦିଅ ।  ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଆଖିରୁ ଲୁହ ଗଡ଼ାଉଥିବା ଜଣେ ମହିଳା ନିଜ ଝିଅକୁ ଫେରି ପାଇବାକୁ ଏପରି ଗୁହାରୀ ଜଣାଉଥିଲେ। ଆସନ୍ତା ୨ ସପ୍ତାହରେ ପୁଲିସ୍‌ ତାଙ୍କ ଝିଅକୁ ଖୋଜି ବାହାର ନ କଲେ ସେ ସ୍ୱାମୀ […]

bmp

Niharika Rout
  • Published: Thursday, 21 July 2022
  • , Updated: 21 July 2022, 10:16 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ‘ଦେଢ ବର୍ଷ ହେଲାଣି ମୁଁ ମୋ ଝିଅକୁ ଦେଖିନି। ସ୍ୱାମୀ ମୁକୁନ୍ଦାନନ୍ଦ ତାକୁ ବନ୍ଦୀ ରଖିଛନ୍ତି, ଛାଡ଼ୁ ନାହାନ୍ତି। ଦୟା କରି ମୋ’ ଝିଅକୁ ଉଦ୍ଧାର କରି ମୋତେ ଫେରାଇ ଦିଅ ।  ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଆଖିରୁ ଲୁହ ଗଡ଼ାଉଥିବା ଜଣେ ମହିଳା ନିଜ ଝିଅକୁ ଫେରି ପାଇବାକୁ ଏପରି ଗୁହାରୀ ଜଣାଉଥିଲେ। ଆସନ୍ତା ୨ ସପ୍ତାହରେ ପୁଲିସ୍‌ ତାଙ୍କ ଝିଅକୁ ଖୋଜି ବାହାର ନ କଲେ ସେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଆଶ୍ରମ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ,   ପ୍ରାୟ ୨ ବର୍ଷ ପୂର୍ବେ ୨୫ ବର୍ଷୀୟା ଯୁବତୀଜଣକ ଚାକିରି ଅନ୍ୱେଷଣରେ ବେଙ୍ଗାଲୁର ଯାଇଥିବା ବେଳେ ସେଠାରେ ତାଙ୍କ ଦେହ ଅସୁସ୍ଥ ରହିଲା, ସବୁବେଳେ ମୁଣ୍ଡ ବ୍ୟଥା ହେଉଥିଲା । ବ୍ରହ୍ମପୁର ଫେରିବା ପରେ ତାଙ୍କ ମୁଣ୍ଡ ଅପରେସନ ହୋଇଥିଲା। ଏହାପରେ ବି ତାଙ୍କ ଦେହ ସୁସ୍ଥ ରହୁ ନ ଥିଲେ।

ତେବେ ତାଙ୍କ ମା’ ବ୍ରହ୍ମପୁରସ୍ଥିତ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଆଶ୍ରମକୁ ଯାଇଥିବାବେଳେ ସେଠାରେ ଝଡ଼ାଫୁଙ୍କା କଲେ ଝିଅର ଦେହ ଭଲ ହୋଇଯିବ ବୋଲି ଆଶ୍ରମର ଜଣେ ବ୍ୟକ୍ତି କହିଥିଲେ । ଏହାପରେ ପ୍ରାୟ ଦେଢ ବର୍ଷ ପୂର୍ବେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ବାଙ୍କିସ୍ଥିତ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ଆଶ୍ରମକୁ ପଠାଇ ଦିଆଯାଇଛି। ସେଦିନଠାରୁ ଆଉ ଘରକୁ ଫେରିନାହାନ୍ତି ସଂପୃକ୍ତ ଯୁବତୀ ଜଣକ । ବାବାଙ୍କ ଆଶ୍ରମକୁ ଗଲେ, ସେମାନେ ଝିଅ ସହ ଭେଟିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ମା’ଙ୍କ ଅଭିଯୋଗ, ବ୍ରହ୍ମପୁରର ଜଣେ ଯୁବତୀଙ୍କ ବ୍ରେନ୍ ଅପରେସନ୍ ପରେ ଶରୀର ଅସୁସ୍ଥ ରହୁଥିଲା । ତେବେ ତାଙ୍କ ମା’ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ  ଆଶ୍ରମକୁ ଯାଇଥିବାବେଳେ ସେଠାରେ ଝଡ଼ାଫୁଙ୍କା କରିବା ସହ ଝିଅର ଦେହ ଭଲ ହୋଇଯିବ ବୋଲି ଆଶ୍ରମର ଜଣେ ବ୍ୟକ୍ତି କହିଥିଲେ। ଏହାପରେ ତାଙ୍କୁ କଟକ ବାଙ୍କିସ୍ଥିତ ଆଉ ଏକ ଆଶ୍ରମକୁ ନେଇଥିଲେ ତାଙ୍କ ମା’ । ସେଦିନଠାରୁ ଆଉ ଘରକୁ ଫେରିନାହାନ୍ତି ସଂପୃକ୍ତ ଯୁବତୀ ଜଣକ । ବାବାଙ୍କ ଆଶ୍ରମକୁ ଗଲେ, ସେମାନେ ଝିଅ ସହ ଭେଟିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି ।

ବାବାଙ୍କ କବଳରୁ ଝିଅଙ୍କୁ ଉଦ୍ଧାର କରିବାକୁ ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ଏପରିକି ଏଥିନିମନ୍ତେ ତାଙ୍କ ସହ ଛିଡ଼ା ହୋଇଛନ୍ତି ସମାଜସେବୀ ପ୍ରମିଳା ଦାସ ।  ପୁଲିସ୍‌ ତୁରନ୍ତ ଝିଅକୁ ଖୋଜି ବାହାର ନ କଲେ ଆଶ୍ରମ ଗେଟ୍‌ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି।

ଘଟଣାର ତଦନ୍ତ କରାଯାଇ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଡିସନାଲ ଡିଏସ୍‌ପି । ଏନେଇ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Related story