ବଦଳିବ ସ୍ୱର୍ଗଦ୍ୱାର ଠିକଣା?? ଚିହିଁକି ଉଠିଲେ ଦାମ

ଭୁବନେଶ୍ୱର: ସ୍ୱର୍ଗଦ୍ୱାର ପରମ୍ପରାର ପ୍ରତୀକ। ତାକୁ ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରିବା ଅନୁଚିତ। ସ୍ୱର୍ଗଦ୍ୱାର ଯିଏ ସ୍ଥାନାନ୍ତର କରିବ ସିଏ ଉଧେଇ ପାରିବ ନାହିଁ ବୋଲି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି,“ସନାତନ ଧର୍ମକୁ ଆଖି ଆଗରେ ରଖି ହଜାରହଜାର ବର୍ଷ ତଳେ ପୁରୀ ସ୍ୱର୍ଗଦ୍ୱାର ସ୍ଥାପନ କରାଯାଇଥିଲା। ଏଠାରେ ଶବ ସତ୍କାର କରାଗଲା ଆତ୍ମା ସ୍ୱର୍ଗକୁ ଯାଇଥାଏ ବୋଲି ବିଶ୍ୱାସ ରହିଛି। ଏହି ବିଶ୍ୱାସ ହଜାର ହଜାର ବର୍ଷ ଧରି ରହିଆସିଛି। ଏପରିସ୍ଥଳରେ […]

dama

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 08:25 PM IST

ଭୁବନେଶ୍ୱର: ସ୍ୱର୍ଗଦ୍ୱାର ପରମ୍ପରାର ପ୍ରତୀକ। ତାକୁ ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରିବା ଅନୁଚିତ। ସ୍ୱର୍ଗଦ୍ୱାର ଯିଏ ସ୍ଥାନାନ୍ତର କରିବ ସିଏ ଉଧେଇ ପାରିବ ନାହିଁ ବୋଲି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି।

ସେ କହିଛନ୍ତି,“ସନାତନ ଧର୍ମକୁ ଆଖି ଆଗରେ ରଖି ହଜାରହଜାର ବର୍ଷ ତଳେ ପୁରୀ ସ୍ୱର୍ଗଦ୍ୱାର ସ୍ଥାପନ କରାଯାଇଥିଲା। ଏଠାରେ ଶବ ସତ୍କାର କରାଗଲା ଆତ୍ମା ସ୍ୱର୍ଗକୁ ଯାଇଥାଏ ବୋଲି ବିଶ୍ୱାସ ରହିଛି। ଏହି ବିଶ୍ୱାସ ହଜାର ହଜାର ବର୍ଷ ଧରି ରହିଆସିଛି। ଏପରିସ୍ଥଳରେ ସ୍ୱର୍ଗଦ୍ୱାରକୁ ଯେଉଁମାନେ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି ତାହା ଉଚିତ ନୁହେଁ।”

ସ୍ୱର୍ଗଦ୍ୱାର ପାଇଁ ଥିବା ୧୬ ଏକର ଜାଗା ଗଲା କୁଆଡେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ,“ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଯେଉଁମାନେ ସ୍ୱର୍ଗଦ୍ୱାର ଜାଗାରେ ଘର ନିର୍ମାଣ କରିଛନ୍ତି ତାକୁ ଭାଙ୍ଗି ଦେବା ଦରକାର। ଯଦି ସରକାର ଚାହାଁନ୍ତି ସେମାନଙ୍କୁ ଅନ୍ୟତ୍ର ଥଇଥାନ କରନ୍ତୁ। କିନ୍ତୁ ସ୍ୱର୍ଗଦ୍ୱାରର ସେହି ୧୬ ଏକର ଜମି ଯଥାଶୀଘ୍ର ଅକ୍ତିଆର କରାଯାଉ।”

ସେ କହିଛନ୍ତି,“ସ୍ୱର୍ଗଦ୍ୱାର ହେଉଛି ଆମ ସନାତନ ଧର୍ମର ଏକ ଅଙ୍ଗ। ଏଥିରେ କେହି ବ୍ୟତିକ୍ରମ କଲେ କାହାରି ମଙ୍ଗଳ ହେବନାହିଁ। ଆମ ଆଗରେ ଧର୍ମ ଓ ପରମ୍ପରା ହେଉଛି ମହାନ। ସେଠି ବ୍ୟକ୍ତି ବିଶେଷ ବା କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କର ସ୍ଥାନ ନାହିଁ। ଯେତେ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ଜମି ଅକ୍ତିଆର କରିଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।”

Related story