ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବଦାହ ମନା

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବଦାହ ମନା।  ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି। ନିୟମ ମୁତାବକ, ଆଜିଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ ।  ପୁରୀ ଜିଲ୍ଲାର ଲୋକଙ୍କର କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସେମାନଙ୍କ ଶବଦାହ କରିପାରିବେ। ହେଲେ କୋଭିଡରେ ପ୍ରାଣ ହରାଉଥିବା […]

puri swargadwar

Niharika Rout
  • Published: Monday, 26 April 2021
  • , Updated: 26 April 2021, 09:44 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବଦାହ ମନା।  ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି।

ନିୟମ ମୁତାବକ, ଆଜିଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଲୋକ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ ।  ପୁରୀ ଜିଲ୍ଲାର ଲୋକଙ୍କର କୋଭିଡ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସେମାନଙ୍କ ଶବଦାହ କରିପାରିବେ। ହେଲେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଅସ୍ଥି ବିସର୍ଜନ କରିପାରିବେ ନାହିଁ ।

ସେହିଭଳି ପୁରୀରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରର କୌଣସି ବ୍ୟକ୍ତି ଏବେ ମହୋଦଧି ଓ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ କରିପାରିବେ ନାହିଁ କିମ୍ବା ଅସ୍ଥି ବିସର୍ଜନ କରିପାରିବେ ନାହିଁ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୁରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଚିନ୍ତା ବଢ଼ାଉଛି। ଗତ ୪ ଦିନ ହେବ ରାଜ୍ୟରେ ୬ ହଜାର ଉପରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ପୁରୀରୁ ୧୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା’ ପୂର୍ବ ଦିନ ଜିଲ୍ଲାରୁ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Related story