ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍ୱାସ୍ଥ୍ୟବୀମା ଯୋଜନା ଅନୁସାରେ ଏଣିକି ଯଦି କୌଣସି ହସ୍ପିଟାଲ୍ ପକ୍ଷରୁ ହିତାଧିକାରୀଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅବହେଳା କରାଯାଏ, ତେବେ ସେହି ହସ୍ପିଟାଲ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବିଜୁ କୃଷକ କଲ୍ୟାଣ ଯୋଜନା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ କୃଷକ କଲ୍ୟାଣ ଯୋଜନାରେ ରାଜ୍ୟର ୫୫ଲକ୍ଷ ଚାଷୀ ପରିବାର ସାମିଲ ହୋଇଥିବାବେଳେ ୨୬କୋଟିରୁ ଅଧିକ ଟଙ୍କ। ହିତାଧିକାରୀଙ୍କ ଚିକିତ୍ସା ପାଇଁ […]

nabinpattanayak

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 02:52 AM IST

ଭୁବନେଶ୍ୱର: ସ୍ୱାସ୍ଥ୍ୟବୀମା ଯୋଜନା ଅନୁସାରେ ଏଣିକି ଯଦି କୌଣସି ହସ୍ପିଟାଲ୍ ପକ୍ଷରୁ ହିତାଧିକାରୀଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅବହେଳା କରାଯାଏ, ତେବେ ସେହି ହସ୍ପିଟାଲ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବିଜୁ କୃଷକ କଲ୍ୟାଣ ଯୋଜନା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ କୃଷକ କଲ୍ୟାଣ ଯୋଜନାରେ ରାଜ୍ୟର ୫୫ଲକ୍ଷ ଚାଷୀ ପରିବାର ସାମିଲ ହୋଇଥିବାବେଳେ ୨୬କୋଟିରୁ ଅଧିକ ଟଙ୍କ। ହିତାଧିକାରୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯାଇଛି। ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ ୪୪ଲକ୍ଷରୁ ଅଧିକ ଲୋକ ପଞ୍ଜୀକୃତ ହୋଇଥିବାବେଳେ ସହାୟତା ବାବଦରେ ରାଜ୍ୟ ସରକାର ୧୦୮ କୋଟି ଟଙ୍କ। ଖର୍ଚ୍ଚ କରାଯାଇଛି। ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ଓ କୃଷି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Related story