ପ୍ରତୀକାତ୍ମକ ଭାବେ ସରିଲା ଜଉକଣ୍ଢେଇ ବାହାଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଦିନ ବଦଳରେ ୫ ଘଣ୍ଟାରେ ସାରିଲା ବାଲେଶ୍ୱର ପ୍ରସିଦ୍ଧ ଜଉକଣ୍ଢେଇ ବାହାଘର ଉତ୍ସବ। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ପ୍ରତୀକାତ୍ମକ ଭାବରେ ଜଉକଣ୍ଢେଇ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଏଥିରେ ଉଭୟ ପକ୍ଷରୁ ୨୦ ଜଣ ସାମିଲ ହୋଇଥିଲେ। ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା  ପାଇଁ ଦୁଇ ଜଉକଣ୍ଢେଇ ଶିଳ୍ପୀ […]

Balasore Doll

Manoranjan Sial
  • Published: Tuesday, 08 June 2021
  • , Updated: 08 June 2021, 05:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ଦିନ ବଦଳରେ ୫ ଘଣ୍ଟାରେ ସାରିଲା ବାଲେଶ୍ୱର ପ୍ରସିଦ୍ଧ ଜଉକଣ୍ଢେଇ ବାହାଘର ଉତ୍ସବ। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ପ୍ରତୀକାତ୍ମକ ଭାବରେ ଜଉକଣ୍ଢେଇ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଏଥିରେ ଉଭୟ ପକ୍ଷରୁ ୨୦ ଜଣ ସାମିଲ ହୋଇଥିଲେ।

ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା  ପାଇଁ ଦୁଇ ଜଉକଣ୍ଢେଇ ଶିଳ୍ପୀ ପରିବାର ଆଗେଇ ଆସିଥିଲେ। ବର କର୍ତ୍ତା ଭାବରେ ମଦନ ମୋହନ ସାହୁ ଓ ସୁକାନ୍ତି ସାହୁ ଏବଂ କନିଆ କର୍ତ୍ତାକର୍ତ୍ତୀ ଭାବରେ ଭବେନ୍ଦ୍ରନାଥ ଦେ ଓ  କବିତା ଦେ’ ବିବାହ କାର୍ଯ୍ୟକୁ ସଂପାଦନ କରିଛନ୍ତି।

ବର-କନ୍ୟା ଉଭୟ ପକ୍ଷ ଉଭୟକୁ ଯୌତୁକ ପ୍ରଦାନ କରାଯାଇଥିଲା। କନିଆ ଘର ପକ୍ଷରୁ ଚାରା ପ୍ରଦାନ କରାଯାଇଥିବା ବେଳେ ବର ପକ୍ଷରୁ କୋଭିଡ୍‌ ୧୯ ପାଇଁ ମାସ୍କ ଓ ସେନିଟାଇଜର ବଣ୍ଟନ ପ୍ରଦାନ କରାଯାଇଥିଲା। ୨୦ ଜଣ ଅତିଥିଙ୍କ ଗହଣରେ ଚଳିତବର୍ଷ ବିବହା ଉତ୍ସବ ସମ୍ପନ୍ନ ହୋଇଯାଇଛି।

ବିବାହ ଉତ୍ସବରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ସଂପାଦକ ଡ. କୁମାର ଗୋପାଳ, ରାଜେଶ ଗିରି, ଜୟଶ୍ରୀ ସାହୁ, ପ୍ରଶାନ୍ତ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା ସହ ପର୍ଶୁରାମ ବେହେରା, ଅଜୟ ମଇକାଫ୍, ଅମୁଲ୍ୟ ସାହୁ, କମଲ ଦାସ, ଜୟକୃଷ୍ଣ ସାହୁ, ଜିତେନ୍ଦ୍ର ନାୟକ,  ପ୍ରୀତମ ନାୟକ, ଜଉକଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆବାହକ ଶିଳ୍ପୀ କେଶୁ ଦାସ ସୁଚାରୁ ରୂପେ ତୁଳାଇ ଥିଲେ।

ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀରୁ ଚତୁର୍ଦ୍ଦଶୀ ତିଥିରେ ୫ ଦିନ ଧରି ବହୁ ଧୁମ୍‌ଧାମରେ ପାଳନ କରାଯାଉଥିବା ଜଉକଣ୍ଢେଇ ବାହାଘର ଉତ୍ସବ ଚଳିତବର୍ଷ ପାଞ୍ଚ ଘଣ୍ଟାରେ ନିରାଡ଼ମ୍ବରରେ ବାହାଘର ପାଳନ କରାଯାଇଛି।

Related story