୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର

କରଞ୍ଜିଆ (ଦୀପକ କୁମାର ମହନ୍ତ): ମୟୁରଭଞ୍ଜ ଜିଲ୍ଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଏକ ଜମିର କିସମ ପରିବର୍ତ୍ତନ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଚକ୍ରଧର ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ କମଳ ପାତ୍ରଙ୍କ ଜରିଆରେ ତହସିଲଦାର ଏହି ଲାଞ୍ଚ ଅର୍ଥ ନେଉଥିଲେ। ସେ ଜମିର କିସମ ପରିବର୍ତ୍ତନ ପାଇଁ ଚକ୍ରଧରଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ। ଚକ୍ରଧର ପୂର୍ବରୁ ୩୫ ହଜାର […]

Tahasildar

Jitendra Garnayak
  • Published: Friday, 08 July 2022
  • , Updated: 08 July 2022, 05:51 PM IST

କରଞ୍ଜିଆ (ଦୀପକ କୁମାର ମହନ୍ତ): ମୟୁରଭଞ୍ଜ ଜିଲ୍ଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଏକ ଜମିର କିସମ ପରିବର୍ତ୍ତନ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଚକ୍ରଧର ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ କମଳ ପାତ୍ରଙ୍କ ଜରିଆରେ ତହସିଲଦାର ଏହି ଲାଞ୍ଚ ଅର୍ଥ ନେଉଥିଲେ। ସେ ଜମିର କିସମ ପରିବର୍ତ୍ତନ ପାଇଁ ଚକ୍ରଧରଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ। ଚକ୍ରଧର ପୂର୍ବରୁ ୩୫ ହଜାର ଟଙ୍କା ଦେଇଥିଲେ। ଆଜି ଅମିନଙ୍କ ଜରିଆରେ ବାକି ୧୫ ହଜାର ଟଙ୍କା ନେବା ବେଳେ ତହସିଲଦାର ସତ୍ୟସୁନ୍ଦର ରାଉତ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ। ବାରିପଦା, କେନ୍ଦୁଝର ଓ ବାଲେଶ୍ଵରରୁ ତିନିଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତହସିଲଦାରଙ୍କୁ ଧରିଥିଲା।

ତହସିଲଦାର ସତ୍ୟ ସୁନ୍ଦର ରାଉତଙ୍କ ନାଁରେ ପୂର୍ବରୁ ପଥର ଖାଦାନ ଗୁଡ଼ିକରେ ବେଆଇନ ଲିଜ ଦେଇ ମୋଟ ଅଙ୍କର ଚାନ୍ଦା ଆଦାୟ କରୁଥିବା ଭଳି ସଙ୍ଗିନ ଅଭିଯୋଗ ରହିଥିଲା। ସେ ବେଆଇନ ଭାବେ ବାଲିଘାଟ ଗୁଡ଼ିକୁ ନିଲାମ ଦେଇ ମଧ୍ୟ ଚାନ୍ଦା ଆଦାୟ କରୁଥିଲେ ବୋଲି ଅଭିଯୋଗ ରହିଥିଲା।

ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତହସିଲଦାର ସତ୍ୟ ସୁନ୍ଦର ରାଉତ କହିଥିଲେ, ମୁଁ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଉଧାର ଦେଇଥିଲେ। ସେ ଆଜି ଟଙ୍କା ଫେରସ୍ତ କରୁଥିବା ବେଳେ ଚକ୍ରାନ୍ତ କରି ମୋତେ ଫସାଇ ଦିଆଯାଇଛି। ମୁଁ କିଛି ଲାଞ୍ଚ ନେଉନି। ମୁଁ କୋର୍ଟରେ ଏହାର ପ୍ରମାଣ ଦେବି।

Related story