ସୁରତ ଫେରନ୍ତା ଦମ୍ପତିଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେବା ପାଇଁ ଦାବି କଲେ ଗାଁ ଲୋକ

ସୋର(ଶଶୀକାନ୍ତ ବେହାରା): ସୁରତରୁ ଆସି କ୍ୱାରେଣ୍ଟାଇନ କେନ୍ଦ୍ରରେ ନରହିବାରୁ ଗାଁରେ ଉତ୍ତେଜନା। ରାସ୍ତା ବନ୍ଦ କରି ଧାରଣାରେ ବସିଲେ ଗାଁ ଲୋକ। ବୁଝାସୁଝା କରିବାକୁ ଆସିଥିବା ପୁଲିସ ଗାଡ଼ିକୁ ଗାଁ ଲୋକେ ଅଟକାଇ ରଖିଛନ୍ତି। ଆଜି ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବଡନୂଆଁଗା ପଞ୍ଚାୟତ  ପିହାଣଗଡିଆ ଗାଁରେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଏକ ସୁରତ ଫେରନ୍ତା ଦମ୍ପତି ଆଜି ନିଜ ଘରକୁ ଫେରିଥିଲେ। କିନ୍ତୁ ସେମାନେ କ୍ୱାରେଣ୍ଟାନ୍‌ କେନ୍ଦ୍ରରେ ନରହି ଘରକୁ […]

police

Manoranjan Sial
  • Published: Friday, 15 May 2020
  • , Updated: 15 May 2020, 11:02 PM IST

ସୋର(ଶଶୀକାନ୍ତ ବେହାରା): ସୁରତରୁ ଆସି କ୍ୱାରେଣ୍ଟାଇନ କେନ୍ଦ୍ରରେ ନରହିବାରୁ ଗାଁରେ ଉତ୍ତେଜନା। ରାସ୍ତା ବନ୍ଦ କରି ଧାରଣାରେ ବସିଲେ ଗାଁ ଲୋକ। ବୁଝାସୁଝା କରିବାକୁ ଆସିଥିବା ପୁଲିସ ଗାଡ଼ିକୁ ଗାଁ ଲୋକେ ଅଟକାଇ ରଖିଛନ୍ତି। ଆଜି ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବଡନୂଆଁଗା ପଞ୍ଚାୟତ  ପିହାଣଗଡିଆ ଗାଁରେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଏକ ସୁରତ ଫେରନ୍ତା ଦମ୍ପତି ଆଜି ନିଜ ଘରକୁ ଫେରିଥିଲେ। କିନ୍ତୁ ସେମାନେ କ୍ୱାରେଣ୍ଟାନ୍‌ କେନ୍ଦ୍ରରେ ନରହି ଘରକୁ ପଳାଇ ଆସିଥିଲେ। ଏପରିକି ସେମାନେ ଘରେ ସଙ୍ଗରୋଧ ହୋଇ ରହିନଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଏନେଇ ଗାଁ ଲୋକେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀ ସେମାନଙ୍କୁ ବାରଣ କରିଥିଲେ। ମାତ୍ର ସେମାନେ ରାଜି ହୋଇନଥିଲେ। ଶେଷରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ସିମୁଳିଆ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡିକୁ ଅଟକ ରଖିବା ଜଣାପଡ଼ିଛି। ଏବେବି ଆନ୍ଦୋଳନ ଚାଲିଛି।

Related story