ଭାଙ୍ଗିଲା ତାମସା ମୁଖ୍ୟ କେନାଲ, ଚାଷ ଜମି ଜଳମଗ୍ନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଏମ୍‌ଭି-୭ ନିକଟରେ ଥିବା ତାମସା ମୁଖ୍ୟ କେନାଲ ଭାଙ୍ଗି ଯାଇଛି। ଫଳରେ ଗାଁ ନିକଟରେ ଥିବା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଲକ୍ଷାଧିକ ଟଙ୍କାର  ଫସଲ ନଷ୍ଟ ହେବା ସହ ପାଣି ଘେରରେ ଫସିଛନ୍ତି ଲୋକ। ନିମ୍ନମାନର କାମ ହେତୁ କେନାଲ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏମ୍‌ଭି-୨ ଗାଁ ଭିତରେ ବି ପାଣି ପଶିବା ଫଳରେ ଲୋକଙ୍କ  ଘର ଭିତରେ ଆଣ୍ଠୁଏ […]

canel-collapsed

Niharika Rout
  • Published: Thursday, 22 April 2021
  • , Updated: 22 April 2021, 07:52 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଏମ୍‌ଭି-୭ ନିକଟରେ ଥିବା ତାମସା ମୁଖ୍ୟ କେନାଲ ଭାଙ୍ଗି ଯାଇଛି। ଫଳରେ ଗାଁ ନିକଟରେ ଥିବା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଲକ୍ଷାଧିକ ଟଙ୍କାର  ଫସଲ ନଷ୍ଟ ହେବା ସହ ପାଣି ଘେରରେ ଫସିଛନ୍ତି ଲୋକ। ନିମ୍ନମାନର କାମ ହେତୁ କେନାଲ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଏମ୍‌ଭି-୨ ଗାଁ ଭିତରେ ବି ପାଣି ପଶିବା ଫଳରେ ଲୋକଙ୍କ  ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି ।  ଏଥିଯୋଗୁ ଲୋକଙ୍କ ବହୁ କ୍ଷତି ହେବା ସହ ଧନ ଜୀବନ ବିପଦକୁ ଠେଲି ହୋଇଯାଇଛି । ପାଣି ଘେରରେ ଲୋକ ରହିବାକୁ ବାଧ୍ୟ ହେବା ସହ ବହୁ ହିନସ୍ତା ହେଉଥିବା ଅଭିଯୋଗ ହେଉଛି।  ଲୋକଙ୍କ ଘର ଭିତରେ ପାଣି ଯିବା ଯୋଗୁଁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି  ।

[caption id="attachment_637579" align="aligncenter" width="650"] ଆଣ୍ଠୁଏ ଲେଖା ପାଣିରେ ଯାତାୟତ କରୁଛନ୍ତି ଲୋକ।[/caption]

କେନାଲର ନିର୍ମାଣ କାମ ନିମ୍ନମାନର ହୋଇଥିବା ଯୋଗୁଁ ଏପରି ହୋଇଥିବା ଲୋକେ ଅଭିଯୋଗ କରିବା ସହ ଏଥିଯୋଗୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳି ପାରି ନାହିଁ।

Related story