କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ

Ordigital Desk
  • Published: Sunday, 29 April 2018
  • , Updated: 29 April 2018, 04:51 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନ ତନାଘନା ଜାରି ରହିଛି। ଆଜି ମୂଷାଗୁଡ଼ା ଯାଇ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି ତନ୍ତତ କମିଶନ।</p> <p>କମିଶନଙ୍କ ପକ୍ଷରୁ ତିନି ଜଣିଆ ଟିମ୍ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ଘଟଣାସ୍ଥଳ ଯାଇ ଯାଞ୍ଚ କରିଛନ୍ତି। କିଛିଦିନ ତଳେ ରାଜ୍ୟ ସରକାର କୁନ୍ଦୁଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲା ଦୌରାଜଜଙ୍କୁ ମାମଲାର ତଦନ୍ତ ପାଇଁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଏହି ମାମଲାରେ କମିଶନଙ୍କ ପକ୍ଷରୁ ଖୁବଶୀଘ୍ର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି।</p>

Related story