ଦିଦିଙ୍କ ଦାଦାଗିରି, ଓଡ଼ିଶାରେ ବୁଲୁଛି ବୁଲଡୋଜର

ଜଳେଶ୍ୱର(ଅଜିତ ଦାସ): ପଶ୍ଚିମବଙ୍ଗ ସରକାରର ଦାଦାଗିରି। ନିଜ ରାଜ୍ୟର ସମୁଦ୍ର କୂଳିଆ ଗାଁ ଲୋକଙ୍କୁ ଥଇଥାନ କରିବା ପାଇଁ ଦୀର୍ଘ ଦିନ ଧରି ଚାଷ କରି ଚଳୁଥିବା ଓଡ଼ିଶା ସରକାରଙ୍କ ଜମିକୁ ହାତେଇବାକୁ କରୁଛି ଉଦ୍ୟମ। ଗତ ଦୁଇ ଦିନ ହେଲା ପଶ୍ଚିମବଙ୍ଗ ସରକାର ବୁଲଡୋଜର ଭୋଗରାଇ ବ୍ଲକର ସାହାବାଜିପୁର ଓ ପଦିମା ଗାଁ ବୁଲୁଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ୮୨ଟି ଗ୍ରାମ ସୀମା ବିବାଦରେ ଛନ୍ଦି ହୋଇପଡ଼ିଛି। […]

jalaswar

Manoranjan Sial
  • Published: Saturday, 07 November 2020
  • , Updated: 07 November 2020, 04:23 PM IST

ଜଳେଶ୍ୱର(ଅଜିତ ଦାସ): ପଶ୍ଚିମବଙ୍ଗ ସରକାରର ଦାଦାଗିରି। ନିଜ ରାଜ୍ୟର ସମୁଦ୍ର କୂଳିଆ ଗାଁ ଲୋକଙ୍କୁ ଥଇଥାନ କରିବା ପାଇଁ ଦୀର୍ଘ ଦିନ ଧରି ଚାଷ କରି ଚଳୁଥିବା ଓଡ଼ିଶା ସରକାରଙ୍କ ଜମିକୁ ହାତେଇବାକୁ କରୁଛି ଉଦ୍ୟମ। ଗତ ଦୁଇ ଦିନ ହେଲା ପଶ୍ଚିମବଙ୍ଗ ସରକାର ବୁଲଡୋଜର ଭୋଗରାଇ ବ୍ଲକର ସାହାବାଜିପୁର ଓ ପଦିମା ଗାଁ ବୁଲୁଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ୮୨ଟି ଗ୍ରାମ ସୀମା ବିବାଦରେ ଛନ୍ଦି ହୋଇପଡ଼ିଛି। ଏହାର ସ୍ଥାୟୀ ସମାଧାନ ହୋଇପାରୁ ନଥିବାରୁ ପଶ୍ଚିମବଙ୍ଗ ସରକାର ପ୍ରତିବର୍ଷ ନାଲି ଆଖି ଦେଖାଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଭୋଗରାଇ ବ୍ଲକ୍‌ର ସାହାବାଜିପୁର ଓ ପଦିମା ଗାଁ। ଗତକାଲି ଓ ଆଜି ପଶ୍ଚିମବଙ୍ଗର ଦୀଘା ଡେଭ୍‌ଲପ୍‌ମେଣ୍ଟ ଅଥରିଟିର କର୍ମକର୍ତ୍ତାମାନେ ଅଚାନକ ଗାଁରେ ପହଞ୍ଚି ବୁଲଡୋଜରରେ ବହୁ ମୂଲ୍ୟବାନ ଗଛ ଭାଙ୍ଗି ପକାଇଛନ୍ତି। ଏପରିକି କେତେକ ଲୋକଙ୍କ ପାନ ବରଜ ବାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ଏହାକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିବାକୁ ସେମାନେ ଫେରି ଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସାହାବାଜିପୁର ଓ ପଦିମା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ସ୍ଥାନୀୟ ତହସିଲଦାରଙ୍କ ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଗତ କାଲି(ଶୁକ୍ରବାର) ଠାରୁ ଦୀଘା ଡେଭ୍‌ଲପ୍‌ମେଣ୍ଟ ଅଥରିଟିର କର୍ମକର୍ତ୍ତାମାନେ ଦୁଇ ଗାଁରେ ତାଣ୍ଡବ ଲୀଳା ଚଳାଇଥିବା ବେଳେ ତହସିଲଦାର ମହାଶୟ ଏ ସମ୍ପର୍କରେ ଜଣିନାହାନ୍ତି। ଆଜି ଆସି ସେ କହୁଛନ୍ତି, ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଛି।

ଅନ୍ୟପକ୍ଷରେ ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ବ୍ଲକ ପ୍ରଶାସନ ଆଜି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଳେଶ୍ୱର ଓ ଭୋଗରାଇ ବ୍ଲକ ରେ ୮୨ଟି ଗ୍ରାମ ସୀମା ବିବାଦରେ ଫସିଥିବାରୁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ପ୍ରଶାସନ ଆଲୋଚନା କରି ସୀମା ନିର୍ଦ୍ଧାରଣ କରିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ, ଦୀଘାର ସମୁଦ୍ର କୂଳିଆ କିଛି ଲୋକଙ୍କୁ ବିବାଦୀୟ ସାହାବାଜିପୁର ଓ ପଦିମା ଗାଁ ଲୋକଙ୍କ ଜମିରେ ଥଇଥାନ କରିବାକୁ ପଶ୍ଚିମବଙ୍ଗ ସରକାର ଯୋଜନା କରୁଛି। ସେଥିପାଇଁ ଗତ ଦୁଇ ଦିନରେ ଗାଁରେ ବୁଲ୍‌ଡୋଜର ବୁଲୁଛି।

Related story