ଡାକ୍ତରଖାନାରେ ଝଡ଼ାଫୁଙ୍କା

ପୁରୀ(ଗୋପାଳ ତିୱାରୀ/ସୋମନାଥ ଗୋଛିକାର): ଡାକ୍ତରଖାନାରେ ଗୁଣିଆର ଝଡ଼ାଫୁଙ୍କା। ପୁଣି କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ପୁରୀ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି ଏହି ଅଭବାନୀୟ ଦୃଶ୍ୟ। ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏସବୁ ହୋଇଥିଲେ ମଧ୍ୟ, କେହି ଏହାକୁ ରୋକିବା ପାଇଁ ଚେଷ୍ଟା କରି ନଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସତ୍ୟବାଦୀର କୈଳାସ ବେହେରାଙ୍କ ୧୫ ବର୍ଷର ଝିଅ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି। ତାଙ୍କ ମାନସିକ ଅବସ୍ଥା ବି ଭଲ ନାହିଁ। ତାଙ୍କୁ ପ୍ରଥମେ ସତ୍ୟବାଦୀ […]

purimedical

purimedical

Jitendra Garnayak
  • Published: Sunday, 31 March 2019
  • Updated: 31 March 2019, 01:47 PM IST

ପୁରୀ(ଗୋପାଳ ତିୱାରୀ/ସୋମନାଥ ଗୋଛିକାର): ଡାକ୍ତରଖାନାରେ ଗୁଣିଆର ଝଡ଼ାଫୁଙ୍କା। ପୁଣି କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ପୁରୀ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି ଏହି ଅଭବାନୀୟ ଦୃଶ୍ୟ। ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏସବୁ ହୋଇଥିଲେ ମଧ୍ୟ, କେହି ଏହାକୁ ରୋକିବା ପାଇଁ ଚେଷ୍ଟା କରି ନଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସତ୍ୟବାଦୀର କୈଳାସ ବେହେରାଙ୍କ ୧୫ ବର୍ଷର ଝିଅ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି। ତାଙ୍କ ମାନସିକ ଅବସ୍ଥା ବି ଭଲ ନାହିଁ। ତାଙ୍କୁ ପ୍ରଥମେ ସତ୍ୟବାଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗତ ୨୯ ତାରିଖରେ ପୁରୀ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଏଠାରେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଫଳରେ ଡାକ୍ତରମାନେ ଗତକାଲି ତାଙ୍କୁ କଟକ ନେଇ ଯିବାକୁ କହିଥିଲେ।

ତେବେ ସେଠାରେ ରାଜକିଶୋର ମହାପାତ୍ର ନାମକ ଜଣେ ଗୁଣିଆ ଝିଅକୁ ସ୍ପିରିଟ୍‌ ଲାଗିଛି ଏବଂ ଝଡ଼ାଫୁଙ୍କା ଦ୍ୱାରା ଭଲ ହୋଇଯିବ କହିଥିଲେ। ସେ ଝିଅଟିକୁ ବେଡ୍‌ରୁ ତଳକୁ ଆଣି ଝଡ଼ାଫୁଙ୍କା ଆରମ୍ଭ କରିଥିଲେ। ତେବେ ତାଙ୍କ ଝଡ଼ାଫୁଙ୍କା କିଛି କାମ ଦେଲାନି। ଏବେ ବି ଝିଅଟିର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପରିବାର ଲୋକେ କଟକ ନେଇ ଯାଇଥିବା ଜଣାପଡ଼ିଛି।

ଏ ସଂପର୍କରେ ସିଡିଏମ୍‌ଓ କହିଛନ୍ତି,“ଡାକ୍ତରଖାନା ପରିସରରେ ଝଡ଼ାଫୁଙ୍କା କରିବା ଠିକ୍ ନୁହେଁ। କେଉଁ ପରିସ୍ଥିତିରେ ଏଠାରେ ସେମିତି ଘଟଣା ଘଟିଲା, ତା’ର ତଦନ୍ତ କରାଯିବ। ଯେଉଁ କର୍ମଚାରୀମାନେ ସେତେବେଳେ ଡ୍ୟୁଟିରେ ଥିଲେ, ସେମାନଙ୍କୁ ପଚରାଉଚରା କରାଯିବ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos