ତରଭା ହତ୍ୟା ମାମଲା: ୨ ଦିନ ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ

ଢେଙ୍କାନାଳ: ତରଭା ଗାଁରେ ସଲମନ ରାଉତଙ୍କ ହତ୍ୟା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ୨ ଦିନ ରିମାଣ୍ଡରେ ନେଇଛି ଢେଙ୍କାନାଳ ପୋଲିସ। ଏହାସହ ସଲମନଙ୍କ ହତ୍ୟା ପରେ ପ୍ରତିପକ୍ଷଙ୍କ ଭଙ୍ଗାରୁଜାକୁ ନେଇ ସଦର ପୋଲିସ ୩୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଗତକାଲି ବ୍ୟୋମକେଶଙ୍କୁ ପୋଲିସ ଗିରଫ କରିଥିଲା। ସଲମନ ଓ ବ୍ୟୋମକେଶଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ରହିଥିଲା। ଶନିବାର ଏହା ଉଗ୍ରରୂପ ଧାରଣ କରିଥିଲା। ପୋଷ୍ଟର ମରାକୁ କେନ୍ଦ୍ରକରି ଉଭୟ […]

denkanal

Rakesh Mallick
  • Published: Monday, 06 February 2017
  • , Updated: 07 February 2017, 09:13 PM IST

ଢେଙ୍କାନାଳ: ତରଭା ଗାଁରେ ସଲମନ ରାଉତଙ୍କ ହତ୍ୟା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ୨ ଦିନ ରିମାଣ୍ଡରେ ନେଇଛି ଢେଙ୍କାନାଳ ପୋଲିସ। ଏହାସହ ସଲମନଙ୍କ ହତ୍ୟା ପରେ ପ୍ରତିପକ୍ଷଙ୍କ ଭଙ୍ଗାରୁଜାକୁ ନେଇ ସଦର ପୋଲିସ ୩୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଗତକାଲି ବ୍ୟୋମକେଶଙ୍କୁ ପୋଲିସ ଗିରଫ କରିଥିଲା।

ସଲମନ ଓ ବ୍ୟୋମକେଶଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ରହିଥିଲା। ଶନିବାର ଏହା ଉଗ୍ରରୂପ ଧାରଣ କରିଥିଲା। ପୋଷ୍ଟର ମରାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ବ୍ୟୋମକେଶ ପଏଣ୍ଟ ବ୍ଲାଙ୍କରେ ସଲମନଙ୍କ ଛାତିରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା।

ସଲମନ ରାଉତଙ୍କ ହତ୍ୟା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଢେଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।

Related story