ସପ୍ତାରେ ଦିନଟେ ବନ୍ଦ ରହିବ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠକୁ ଆଗମନ ଏବଂ ଦର୍ଶନ ପାଇଁ ସଂଶୋଧିତ ନିୟମ ଜାରି କରିଛି ଜିଲ୍ଲା ପ୍ରଶାସନ ।  ଏହା ସହ ଚୈତ୍ର ମେଳା କଟକଣା ପାଇଁ ମଧ୍ୟ ନୂଆ ନିୟମ ଜାରି କରାଯାଇଛି । ନୂଆ ନିୟମ ଅନୁସାରେ, ଏଣିକି ବୁଧବାର ବ୍ୟତୀତ […]

taratarini temple

Niharika Rout
  • Published: Wednesday, 07 April 2021
  • , Updated: 07 April 2021, 11:08 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠକୁ ଆଗମନ ଏବଂ ଦର୍ଶନ ପାଇଁ ସଂଶୋଧିତ ନିୟମ ଜାରି କରିଛି ଜିଲ୍ଲା ପ୍ରଶାସନ ।  ଏହା ସହ ଚୈତ୍ର ମେଳା କଟକଣା ପାଇଁ ମଧ୍ୟ ନୂଆ ନିୟମ ଜାରି କରାଯାଇଛି ।

ନୂଆ ନିୟମ ଅନୁସାରେ, ଏଣିକି ବୁଧବାର ବ୍ୟତୀତ ସପ୍ତାହର ଅନ୍ୟଦିନମାନଙ୍କରେ ମନ୍ଦିର ଖୋଲାରହିବ । ମନ୍ଦିର ପାର୍ଶ୍ୱ ଓ ଏହାର ନିକଟରେ କୌଣସି ବ୍ୟକ୍ତି ଭୋଜି କରିବା ନିଷେଧ।  କୋଭିଡ୍ କଟକଣା ପାଇଁ ମୁଣ୍ଡନ ବନ୍ଦ ରହିବ।  ପ୍ରତ୍ୟେକ ବୁଧବାର ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ଏଥିସହ ସପ୍ତାହରେ ଦୁଇଦିନ ସର୍ବସାଧାରଣଙ୍କ ଦର୍ଶନ ସରିବା ପରେ ରାତ୍ରିକାଳୀନ ବିଶୋଧନ କରାଯିବ  ।

[caption id="attachment_633391" align="aligncenter" width="650"] ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼।[/caption]

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। କରୋନାର ଦ୍ୱିତୀୟ ଲହରର କୋପ ଗଞ୍ଜାମ ଜିଲ୍ଲାରେ ସେଭଳି ଦେଖିବାକୁ ମିଳି ନ ଥିଲେ ମଧ୍ୟ ଗତଥରର ଛାତି ଥରା ଅନୁଭୂତିକୁ ଭୁଲି ପରି ନାହାନ୍ତି ଜିଲ୍ଲାବାସୀ। ଗତ ସୋମବାର ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୮ ଥିବା ବେଳେ ଗତକାଲି ଏହି ସଂଖ୍ୟା ୨୭ରେ ପହଞ୍ଚଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ଏବେଠୁ ବିଭିନ୍ନ କଟକଣା ଜାରି କଲାଣି ଜିଲ୍ଲା ପ୍ରଶାସନ।

Related story