ଗୋଦାମରେ ନଷ୍ଟ ହେଉଛି କୋଟି କୋଟି ଟଙ୍କାର ଟସର

ବାରିପଦା(ମାଣିକଲାଲ ପାଣି): ବିକ୍ରି ନହୋଇ ଗୋଦାମରେ ନଷ୍ଟ ହେଉଛି କୋଟି କୋଟି ଟଙ୍କାର ଟସର। ଯାହାକୁ ନେଇ ଟସର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି। ସରକାରୀ ଉଦାସୀନତା ଓ ଅବ୍ୟବସ୍ଥା ଯୋଗୁ ଏହି ଟସର ନଷ୍ଟ ହେବାକୁ ବସିଥିବା ସାଧାରଣରେ ଅଭିଯୋଗ ହେଉଛି। ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ଆର୍ଥିକ ମେରୁଦଣ୍ଡ […]

baripada

Manoranjan Sial
  • Published: Saturday, 06 March 2021
  • , Updated: 06 March 2021, 04:48 PM IST

ବାରିପଦା(ମାଣିକଲାଲ ପାଣି): ବିକ୍ରି ନହୋଇ ଗୋଦାମରେ ନଷ୍ଟ ହେଉଛି କୋଟି କୋଟି ଟଙ୍କାର ଟସର। ଯାହାକୁ ନେଇ ଟସର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି। ସରକାରୀ ଉଦାସୀନତା ଓ ଅବ୍ୟବସ୍ଥା ଯୋଗୁ ଏହି ଟସର ନଷ୍ଟ ହେବାକୁ ବସିଥିବା ସାଧାରଣରେ ଅଭିଯୋଗ ହେଉଛି। ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି।

ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ବସବାସ କରୁଥିବା ଆଦିବାସୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ପାଇଁ ବାଙ୍ଗିରିପୋଷିରେ ୧୯୪୯ ମସିହାରେ ଟସର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏପରିକି ଏଠାରେ ଟସର ସଂରକ୍ଷଣ ଓ କ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅସନ ଓ ଅର୍ଜୁନ ଗଛ ଲଗାଇବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ଆର୍ଥିକ ସହାୟତ ପ୍ରଦାନ କରାଯାଇଥାଏ। ଖାଲି ସେତିକି ନୁହଁ, ଏଠାରୁ ଟସର ସମବାୟ ସମିତି ଜରିଆରେ ଚାଷୀଙ୍କ ଟସର ଅଣ୍ଡା କ୍ରୟ କରାଯାଏ।

ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ରେଶମ ଶିଳ୍ପ ଅଧିକାରୀଙ୍କ ଅଧୀନରେ ୨୧ଟି ଟସର ସମବାୟ ସମିତି ରହିଛି। ସେଥିରେ ୩୦,୦୦୦ ଟସର ଚାଷୀ ପଞ୍ଜିକୃତ କରିଛନ୍ତି। ଯେଉଁଥିରେ ୯୨% ଚାଷୀ ଆଦିବାସୀ ବର୍ଗର ହୋଇଥିବା ବେଳେ ୮% ଅନ୍ୟାନ୍ୟ ବର୍ଗର। କରୋନା ପୂର୍ବରୁ ସରକାର ୨୧ଟି ୟୁନିଟରୁ ୬ କୋଟି ୪୨ ଲକ୍ଷ ଟଙ୍କାର ଟସର କିଣିଥିଲେ। ସେ ଗୁଡ଼ିକ ଗୋଦାମ ଘରେ ଗଚ୍ଛିତ କରି ରଖିଛନ୍ତି। ଆଜି ପର୍ଯ୍ୟନ୍ତ ଏହି ସବୁ ଟସରକୁ ବିକ୍ରି କରାଯାଉ ନାହିଁ। ବିକ୍ରି ହେଉନଥିବାରୁ ଟିସର ଗୁଡ଼ିକ ଗୋଦାମରେ ନଷ୍ଟ ହେଉଛି ବୋଲି ଅଭିଯୋଗ ହୋଇଛି। କରୋନା ଲକଡାଉନ ଯୋଗୁ ଟସର କିଣିବା ଓ ନବା ଆଣିବା ଅସୁବିଧା ହେଉଛି।

Related story