କରୋନା ଟିକା ବଣ୍ଟନ ପାଇଁ ଜିଲ୍ଲାସ୍ତରରେ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକା ବଜାରକୁ ଆସିନଥିଲେ ମଧ୍ୟ କେନ୍ଦ୍ର ସରକାର ଏବେ କରୋନା ଟିକା ବଣ୍ଟନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ତୁରନ୍ତ ତ୍ରିସ୍ତରୀୟ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟାସ୍କଫୋର୍ସ ଜିଲ୍ଲାସ୍ତରରେ କାର୍ଯ୍ୟ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ଓଡ଼ିଶା ସମେତ ସମସ୍ତ […]

corona

Tapas Behera
  • Published: Wednesday, 28 October 2020
  • , Updated: 28 October 2020, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକା ବଜାରକୁ ଆସିନଥିଲେ ମଧ୍ୟ କେନ୍ଦ୍ର ସରକାର ଏବେ କରୋନା ଟିକା ବଣ୍ଟନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ତୁରନ୍ତ ତ୍ରିସ୍ତରୀୟ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପରିକି ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟାସ୍କଫୋର୍ସ ଜିଲ୍ଲାସ୍ତରରେ କାର୍ଯ୍ୟ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି କହିଛନ୍ତି ଯେ, କରୋନା ମହାମାରୀ ରୋକିବା ପାଇଁ ଟିକା ବଣ୍ଟନ ନିମନ୍ତେ ରାଜ୍ୟରେ ତ୍ରିସ୍ତରୀୟ ବ୍ୟବସ୍ଥା ହେବ। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ଟିକା ଦିଆଯିବ। ଟିକା ବଣ୍ଟନ ପ୍ରକ୍ରିୟାର ତଦାରଖ ଓ ସମସ୍ତ ପ୍ରକାରର ନିଷ୍ପତ୍ତି ନେବା ପାଇଁ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ରାଜ୍ୟ ପରିଚାଳନା କମିଟି ଗଠନ ହେବ। ସେହିପରି ସ୍ୱାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କାମ କରିବ। ଏହି କମିଟଗୁଡ଼ିକ ମାସକୁ ଥରେ ବୈଠକ କରିବେ ବୋଲି ଚିଠିରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

Related story