ମୁହଁ ଖୋଲିଲା ଟାଟା, କହିଲା ଆକାଶ ମିଛ କହୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଫଏସ ଅଭୟକାନ୍ତ ପାଠକ  ଏବଂ ପୁଅ ଆକାଶଙ୍କ ଆଜି ଭିଜିଲାନ୍ସର ୩ଦିନିଆ ରିମାଣ୍ଡ ସରିବା ପରେ ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ କଡ଼ା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା । ତେବେ ରିମାଣ୍ଡର ଆବଶ୍ୟକତା ନଥିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଗତ ୩ ଦିନ ଭିତରେ ପାଠକ ବାପପୁଅଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଯଥେଷ୍ଟ ପ୍ରମାଣ ପାଇଥିବା ଦାବି କରିଛି ଭିଜିଲାନ୍ସ । ନଭେମ୍ବରରେ ଆକାଶଙ୍କ ଆକାଉଣ୍ଟକୁ […]

70

Tapas Behera
  • Published: Saturday, 05 December 2020
  • , Updated: 05 December 2020, 08:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଫଏସ ଅଭୟକାନ୍ତ ପାଠକ  ଏବଂ ପୁଅ ଆକାଶଙ୍କ ଆଜି ଭିଜିଲାନ୍ସର ୩ଦିନିଆ ରିମାଣ୍ଡ ସରିବା ପରେ ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ କଡ଼ା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା । ତେବେ ରିମାଣ୍ଡର ଆବଶ୍ୟକତା ନଥିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଗତ ୩ ଦିନ ଭିତରେ ପାଠକ ବାପପୁଅଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଯଥେଷ୍ଟ ପ୍ରମାଣ ପାଇଥିବା ଦାବି କରିଛି ଭିଜିଲାନ୍ସ ।

ନଭେମ୍ବରରେ ଆକାଶଙ୍କ ଆକାଉଣ୍ଟକୁ ଆସିଥିବା ୮୫ ଲକ୍ଷକୁ ଉଭୟ ବାପ, ପୁଅ ଭୁବନେଶ୍ୱରରେ ବ୍ୟାଙ୍କକୁ ଯାଇ ଡିପୋଜିଟ୍ କରିଥିଲେ । ସେହିପରି ଝିଅର ବିବାହ ଏବଂ ପଠାପଢ଼ା ବାବଦକୁ ଦେଢ଼ କୋଟି ଖର୍ଚ୍ଚ ହୋଇଛି । ପୁଅ ଆକାଶଙ୍କ ପାଠପଢ଼ା ପାଇଁ ୨୦ ଲକ୍ଷ ଖର୍ଚ୍ଚ ହୋଇଥିବାବେଳେ ବିବାହ ପାଇଁ ବଜେଟ୍ ଥିଲା ୧୦ କୋଟି ଟଙ୍କା ।

ଆକାଶଙ୍କ ୩ଟି ଆକାଉଣ୍ଟ ସମ୍ପର୍କରେ ଯାଞ୍ଚବେଳେ ୧୭ କୋଟି ୫୨ ଲକ୍ଷ ଟଙ୍କା କାରବାର ହୋଇଥିବା ଭିଜିଲାନ୍ସ କହିଛି । ସେପଟେ ପୁଲିସ କହିଛି ଯେ, ଟାଟାର ସ୍ପଷ୍ଟୀକରଣ ଅନୁଯାୟୀ, ଆକାଶ କେବେ ବି ଟାଟା ମୋଟର୍ସର କର୍ମଚାରୀ ନଥିଲେ । ଏପରିକି ସ୍କାଏକିଂ ଟାଟାର ଆପ୍ରୁଭ୍ ଭେଣ୍ଡର ନୁହେଁ କିମ୍ବା ସ୍କାଏ କିଂର ଭାଉଚର ଉପରେ ଜିଏସଟି ଖର୍ଚ୍ଚ ଦାବି କରାଯାଇନି । ତେବେ ଅଭୟକାନ୍ତ ଓ ଆକାଶ ଏହା ଷଡଯନ୍ତ୍ର ବୋଲି କହିବା ସହ ଟାଟାରେ ଚାକିରୀ କରୁଥିବା କହିଛନ୍ତି । ଏମିତିକି ଆକାଶ ପାଠକ ତାଙ୍କ ସଂସ୍ଥାରେ ଚାକିରି କରୁନଥିଲେ ବୋଲି ଟାଟା ସ୍ପଷ୍ଟ କରିଛି। ଏନେଇ ନେଇ କମିଶନରେଟ ପୋଲିସ ସୂଚନା ଦେଇଛି।

Related story