ସ୍ଥାନୀୟ ପିଲାଙ୍କୁ ନିଯୁକ୍ତି, ଟାଟା ପାୱାର ଶୁଣୁନି: ଓଇଆରସିଙ୍କୁ ଫେରାଦ ହେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସମ୍ପତ୍ତିର ସ୍ୱଳ୍ପ ମୂଲ୍ୟାୟନ କରି ରାଜ୍ୟର ସମସ୍ତ ୪ଟି ଯାକ ବିଦ୍ୟୁତ ବଂଟନକାରୀ କମ୍ପାନୀ(ଡିସକମ)କୁ ଶାଗମାଛ ଦରରେ ଟାଟା ପାୱାର କମ୍ପାନୀକୁ ୨୫ବର୍ଷିଆ ଲିଜ୍ ଦେଇଥିବା ରାଜ୍ୟ ସରକାର ଏବେ ହରଡ଼ଘଣାରେ । ଟାଟା ପାୱାରକୁ ବାରମ୍ବାର ଅନୁରୋଧ ଓ ତାଗିଦ୍, ଏପରିକି ଡିସକମଗୁଡ଼ିକର ନିର୍ଦ୍ଦେଶକମଣ୍ଡଳୀରେ ପ୍ରସ୍ତାବ ପାରିତ କରିବା ପରେ ମଧ୍ୟ ଟାଟା ପାୱାର ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ଟାଳଟୂଳ ନୀତି ଆପଣାଇଛି । ରାଜ୍ୟ ବାହାରର ଯୁବକଯୁବତୀଙ୍କୁ […]

electri

electri

Ordigital Desk
  • Published: Saturday, 24 December 2022
  • Updated: 24 December 2022, 10:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସମ୍ପତ୍ତିର ସ୍ୱଳ୍ପ ମୂଲ୍ୟାୟନ କରି ରାଜ୍ୟର ସମସ୍ତ ୪ଟି ଯାକ ବିଦ୍ୟୁତ ବଂଟନକାରୀ କମ୍ପାନୀ(ଡିସକମ)କୁ ଶାଗମାଛ ଦରରେ ଟାଟା ପାୱାର କମ୍ପାନୀକୁ ୨୫ବର୍ଷିଆ ଲିଜ୍ ଦେଇଥିବା ରାଜ୍ୟ ସରକାର ଏବେ ହରଡ଼ଘଣାରେ । ଟାଟା ପାୱାରକୁ ବାରମ୍ବାର ଅନୁରୋଧ ଓ ତାଗିଦ୍, ଏପରିକି ଡିସକମଗୁଡ଼ିକର ନିର୍ଦ୍ଦେଶକମଣ୍ଡଳୀରେ ପ୍ରସ୍ତାବ ପାରିତ କରିବା ପରେ ମଧ୍ୟ ଟାଟା ପାୱାର ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ଟାଳଟୂଳ ନୀତି ଆପଣାଇଛି । ରାଜ୍ୟ ବାହାରର ଯୁବକଯୁବତୀଙ୍କୁ ଡିସକମଗୁଡ଼ିକରେ ନିଯୁକ୍ତି ଦେଇ ଟାଟା ପାୱାର ନିଜର ମନମୁଖୀ ଆଚରଣ କରିବା ପରେ ରାଜ୍ୟ ସରକାର କିଂକର୍ତ୍ତବ୍ୟବିମୂଢ଼ ହୋଇ ଏବେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ଲିପସା ଦାସ ଚଳିତ ମାସରେ ଓଇଆରସିଙ୍କ ସଚିବଙ୍କୁ ଚିଠି ଲେଖି ଡିସକମଗୁଡ଼ିକରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାର ସର୍ତ୍ତାବଳୀକୁ ଟାଟା ପାୱାର କିଭଳି ଉଲ୍ଲଘଂନ କରୁଛି ସେ ନେଇ ବିଧିବଦ୍ଧ ଅଭିଯୋଗ କରିଛନ୍ତି । ଏହାସହିତ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ସୁନିଶ୍ଚିତ କରାଇବା ଭଳି ଆବଶ୍ୟକ ନିର୍ଦ୍ଦେଶନାମା ସମ୍ପୃକ୍ତ ୪ଟି ଡିସକମ୍ (ଯାହାକି ଟାଟା ପାୱାର ଅଧୀନରେ ରହିଛି) ପରିଚାଳନା କର୍ତ୍ତୃପକ୍ଷଙ୍କୁୁ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଶ୍ରୀମତୀ ଦାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ଆସିଥିବା ଏକ ପ୍ରଶ୍ନର ଉତ୍ତରରେ ଟିପିଏସଓଡିଏଲ(ସାଉଥକୋ) ଦର୍ଶାଇଥିଲା ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୋଟ ୧୫୪ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି, ସେଥିରେ ମାତ୍ର ୬ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳର ବାସିନ୍ଦା ।

ନିଯୁକ୍ତିର ଏଭଳି ସ୍ଥିତି କଦାପି ଗ୍ରହଣୀୟ ନୁହେଁ । ଡିସକମଗୁଡ଼ିକର ବୋର୍ଡ ଅଫ ଡାଇରେକ୍ଟର୍ସ(ନିର୍ଦ୍ଦେଶକମଣ୍ଡଳୀ) ବୈଠକରେ ମଧ୍ୟ ସ୍ଥାନୀୟ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା, ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ନିଯୁକ୍ତି ସର୍ତ୍ତାବଳୀ କୋହଳ କରିବା ଏବଂ ବିଶେଷକରି ମହିଳାଙ୍କ ଭାଗିଦାରୀ ବୃଦ୍ଧିକୁ ପ୍ରୋତ୍ସାହିତ ନିମନ୍ତେ ଟାଟା ପାୱାରକୁ ପରାମର୍ଶ ଦେଇଥିଲେ । ଡିସକମ ନିର୍ଦ୍ଦେଶକମଣ୍ଡଳୀ ବୈଠକରେ ନିଆଯାଇଥିବା ନେଇଥିବା ନିଷ୍ପତ୍ତିର ବିବରଣୀକୁ ମଧ୍ୟ ଓଇଆରସିଙ୍କ ଅବଗତି ନିମନ୍ତେ ଶ୍ରୀମତୀ ଦାସ ପଠାଇବା ସହ ଟାଟା ପାୱାର କିଭଳି ନିର୍ଦ୍ଦେଶକମଣ୍ଡଳୀର ନିର୍ଦ୍ଦେଶକୁ ଅମାନ୍ୟ କରିଛି ତା’ର ପ୍ରମାଣ ଦେଇଛନ୍ତି ।ସେଥିପାଇଁ ଓଇଆରସିଙ୍କ ଅବଗତ ନିମନ୍ତେ ଏହି ମାମଲାକୁ ଉପସ୍ଥାପନ କରିବା ସହ ୪ଟି ଡିସକମରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଓ ନିଯୁକ୍ତିର ସ୍ଥିତିକୁ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୪ଟି ବିଦ୍ୟୁତ ବଂଟନକାରୀ କମ୍ପାନୀ(ସେସୁ, ୱେସକୋ, ନେସକୋ, ସାଉଥକୋ)ର ୫୧% ଅଂଶଧନକୁ ମାତ୍ର ୭୫୨.୨୫କୋଟି ଟଙ୍କାରେ ଟାଟା ପାୱାର କମ୍ପାନୀକୁ ସୁଚିନ୍ତିତ ଢଙ୍ଗରେ ଅହେତୁକ ଅନୁକମ୍ପା ଦେଖାଇ ୨୫ବର୍ଷିଆ ଲିଜ୍ ଆକାରରେ ପ୍ରଦାନ କରାଯାଇଛି । ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଏହି ୪ଟି ଡିସକମର ମୋଟ ସମ୍ପତ୍ତି ମାତ୍ର ୯୨୨.୨୦କୋଟି ଟଙ୍କା ଆକଳନ କରାଯାଇ ସେହି ଆଧାରରେ ଟାଟା ପାୱାରକୁ ଶାଗମାଛ ଦରରେ ଟେକି ଦିଆଯାଇଛି । ଯଦିଓ ୨୦୦୯ରୁ ୨୦୨୧ ମସିହା ମଧ୍ୟରେ ଏହି ଡିସକମଗୁଡ଼ିକର ଭିତ୍ତିଭୂମି ସୁଧାର ନିମନ୍ତେ ଓଡ଼ିଶା ସରକାର ମୋଟ ୧୫,୦୯୬କୋଟି ଟଙ୍କା ବ୍ୟୟ କରିଛନ୍ତି । ନିକଟ ଅତୀତରେ ମଧ୍ୟ ୪୭୩ଟି ୩୩କେଭି ଗ୍ରୀଡ୍ ସବଷ୍ଟେସନ ସ୍ଥାପନ ପାଇଁ ୩୮୪୩କୋଟି ଟଙ୍କା ବ୍ୟୟ କରିଥିଲେ । ଏପରିକି ଟାଟା ପାୱାର ଏହି ୪ଟି ଡିସକମର ପରିଚାଳନା ଭାର ନେବା ପରେ ମଧ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ୨୦୨୧ ଡିସେମ୍ବର ମାସରେ ୧୮୦୦କୋଟି ଟଙ୍କା ଏସବୁ ଡିସକମରେ ଭିତ୍ତିଭୂମି ସୁଧାର ନିମନ୍ତେ ଦେବାକୁ ପଛାଇ ନାହାନ୍ତି ।

ଅନ୍ୟପକ୍ଷରେ ରାଜ୍ୟବାସୀଙ୍କ ଟିକସ ଅର୍ଥରେ ଟାଟା ପାୱାର ନିଜର ବ୍ୟବସାୟିକ ଫାଇଦା ଉଠାଉଥିବାବେଳେ ରାଜ୍ୟର ଯୋଗ୍ୟ ଯୁବକଯୁବତୀଙ୍କୁ ଅଣଦେଖା କରି ରାଜ୍ୟ ବାହାରର ପ୍ରାର୍ଥୀଙ୍କୁ ବିଭିନ୍ନ ପଦପଦବୀର ନିଯୁକ୍ତିରେ ପ୍ରାଥମିକତା ଦେବା କେତେ ସମୀଚୀନ ତାକୁ ନେଇ ପ୍ରଶ୍ନ ଉଠିଛି । ଅବଶ୍ୟ ବିଳମ୍ବରେ ହେଲେ ବି ସରକାରଙ୍କ ଚେତା ପଶିଛି । ନେଡ଼ିଗୁଡ଼ କହୁଣୀକୁ ବୋହିବା ପରେ ଓଇଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story