ଆଜିଠୁ ଟାଟା ପାୱାର ହେଲା ସାଉଥକୋ ଓ ୱେସ୍କୋର ୫୧% ମାଲିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେସୁର ମାଲିକାନାସତ୍ତ୍ୱ ହାସଲ କରିସାରିଥିବା ଟାଟା ପାୱାର(ଟିପି) ଆଜି ଆନୁଷ୍ଠାନିକ ଭାବେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସାଉଥକୋ ଓ ୱେସ୍କୋର ୫୧ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଏହାସହିତ ସାଉଥକୋର ନାଁ ଟିପି ସାଉଥର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ(ଟିପିଏସଓଡିଏଲ) ଏବଂ ୱେସ୍କୋର ନାଁ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ(ଡିପିଡବ୍ଲ୍ୟୁଓଡିଏଲ)କୁ ପରିବର୍ତ୍ତନ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଗତ ଡିସେମ୍ବର ୨୮ତାରିଖରେ ଟାଟା ପାୱାରକୁ ସାଉଥକୋରେ ବିଦ୍ୟୁତ ବଣ୍ଟନ ଓ ରିଟେଲ ସପ୍ଲାଏ […]

tata-power

Manoranjan Sial
  • Published: Thursday, 07 January 2021
  • , Updated: 07 January 2021, 07:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେସୁର ମାଲିକାନାସତ୍ତ୍ୱ ହାସଲ କରିସାରିଥିବା ଟାଟା ପାୱାର(ଟିପି) ଆଜି ଆନୁଷ୍ଠାନିକ ଭାବେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସାଉଥକୋ ଓ ୱେସ୍କୋର ୫୧ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଏହାସହିତ ସାଉଥକୋର ନାଁ ଟିପି ସାଉଥର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ(ଟିପିଏସଓଡିଏଲ) ଏବଂ ୱେସ୍କୋର ନାଁ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ(ଡିପିଡବ୍ଲ୍ୟୁଓଡିଏଲ)କୁ ପରିବର୍ତ୍ତନ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଗତ ଡିସେମ୍ବର ୨୮ତାରିଖରେ ଟାଟା ପାୱାରକୁ ସାଉଥକୋରେ ବିଦ୍ୟୁତ ବଣ୍ଟନ ଓ ରିଟେଲ ସପ୍ଲାଏ ନିମନ୍ତେ ୨୫ବର୍ଷିଆ ଲାଇସେନ୍ସ ପ୍ରଦାନ କରିଥିଲେ। ଯାହାକି ଜାନୁୟାରୀ ୧ରୁ କାର୍ଯ୍ୟକ୍ଷମ ହୋଇଛି। ଟାଟା ପାୱାରର କମ୍ପାନୀ ଟିପିଏସଓଡିଏଲ୍ ଏହି ଲାଇସେନ୍ସ ହାସଲ କରିଛି। ସାଉଥକୋର ୫୧ ପ୍ରତିଶତ ଅଂଶଧନକୁ ଟିପିଏସଓଡିଏଲ୍ କମ୍ପାନୀ ୧୨୭.୫୦କୋଟି ଟଙ୍କାରେ ଅଧିଗ୍ରହଣ କରିଛି। ବାକି ୪୯ ପ୍ରତିଶତ ଅଂଶଧନ ଗ୍ରୀଡକୋ ପାଖରେ ରହିଛି। ସେହିପରି ୱେସ୍କୋର ୫୧ ପ୍ରତିଶତ ଅଂଶଧନକୁ ଟିପିଡବ୍ଲ୍ୟୁଓଡିଏଲ କମ୍ପାନୀ ୨୫୫କୋଟି ଟଙ୍କାରେ ୨୫ବର୍ଷ ପାଇଁ ଅଧିଗ୍ରହଣ କରିଛି। ଜାନୁୟାରୀ ପହିଲାରୁ ୱେସ୍କୋ ଅଂଚଳରେ କାର୍ଯ୍ୟ କରିବା ପାଇଁ ଟାଟା ପାୱାରକୁ ଲାଇସେନ୍ସ ମିଳିସାରିଛି। ୱେସ୍କୋରେ ବାକି ୪୯ ପ୍ରତିଶତ ଅଂଶଧନ ଗ୍ରୀଡକୋ ପାଖରେ ରହିଛି।

ସୂଚନାଯୋଗ୍ୟ, ଜାନୁୟାରୀ ପହିଲାରୁ ଗଞ୍ଜାମ ସହର, ବ୍ରହ୍ମପୁର, ଆସିକା, ଭଞ୍ଜନଗର, ଜୟପୁର ଓ ରାୟଗଡ଼ାର ସମସ୍ତ ଅଂଚଳରେ ଟାଟା ପାୱାର ନିଜର ବ୍ୟବସାୟିକ କାରବାର ଆରମ୍ଭ କରିବ। ସେହିପରି ୱେସ୍କୋର ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗିର ଓ ବରଗଡ଼ର ପ୍ରାୟ ୪୭ହଜାର ବର୍ଗକିମି ଅଂଚଳରେ ଟାଟା ପାୱାର ବିଦ୍ୟୁତ ବଣ୍ଟନ କରିବା ନିମନ୍ତେ ବ୍ୟବସାୟିକ ଲାଇସେନ୍ସ ହାସଲ କରିଛି। ଟାଟା ପାୱାର ଇତିମଧ୍ୟରେ ସେସୁ,ୱେସ୍କୋ ଓ ସାଉଥକୋର ୫୧% ଅଂଶଧନକୁ ଅଧିଗ୍ରହଣ କରିବାକୁ ଲାଇସେନ୍ସ ପାଇସାରିଥିବାବେଳେ ନେସ୍କୋ ଅଧିଗ୍ରହଣ ପ୍ରକ୍ରିୟାରେ ଏକମାତ୍ର ବିଡର ଥିବା ଜଣାପଡ଼ିଛି।

Related story