ସେସୁକୁ ନେଇଯିବ ଟାଟା: ମନ୍ତ୍ରୀ କହିଲେ-ଯିବନି କାହା ଚାକିରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁନ ୧ ତାରିଖରେ ସେସୁକୁ ଅଧିଗ୍ରହଣ କରିବ ଟାଟା ପାଓ୍ୱାର। ଅଧିଗ୍ରହଣ ପରେ ସେସୁର କୌଣସି କର୍ମଚାରୀଙ୍କ ଚାକିରି ଯିବନି କି କେହି ଛଟେଇ ହେବେନି। ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସଭାପତି ସୁବାସ ସିଂ ଏନେଇ ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆଜି ଏହି ସୂଚନା ଦେଇଛନ୍ତି। ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଲୋଚନା ବେଳେ ଏହି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିଂ କହିଛନ୍ତି। ତେବେ ଖୁବଶୀଘ୍ର ଟାଟା ପାଓ୍ୱାର ସହ […]

tata-power

Manoranjan Sial
  • Published: Thursday, 28 May 2020
  • , Updated: 28 May 2020, 09:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁନ ୧ ତାରିଖରେ ସେସୁକୁ ଅଧିଗ୍ରହଣ କରିବ ଟାଟା ପାଓ୍ୱାର। ଅଧିଗ୍ରହଣ ପରେ ସେସୁର କୌଣସି କର୍ମଚାରୀଙ୍କ ଚାକିରି ଯିବନି କି କେହି ଛଟେଇ ହେବେନି। ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସଭାପତି ସୁବାସ ସିଂ ଏନେଇ ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆଜି ଏହି ସୂଚନା ଦେଇଛନ୍ତି। ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଲୋଚନା ବେଳେ ଏହି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିଂ କହିଛନ୍ତି। ତେବେ ଖୁବଶୀଘ୍ର ଟାଟା ପାଓ୍ୱାର ସହ ବୈଠକ ହେବ ବୋଲି ଶ୍ରୀ ସିଂ କହିଛନ୍ତି।

ଟାଟା ପାୱାର ଅଧିଗ୍ରହଣ କଲେ ସେସୁ କର୍ମଚାରୀଙ୍କ ଭାଗ୍ୟ କଣ ହେବ? ଏହାକୁ ନେଇ ଚିନ୍ତାରେ ଥିଲେ କର୍ମଚାରୀ। ତେବେ ଏହି ବିବାଦର ସମାଧାନ ପାଇଁ ବିଦ୍ୟୁତ କର୍ମଚାରୀ ମହାସଂଘର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଆଲୋଚନା କରିଥିଲା। ଆଲୋଚନା ପରେ ସୁବାସ ସିଂ ଏହି ସୂଚନା ଦେଇଛନ୍ତି।

୨୦ ବର୍ଷ ତଳେ ସେସୁକୁ ଘରୋଇକରଣ କରାଯାଇଥିଲା। ରିଲାଏନସକୁ ବିଦ୍ୟୁତ ବିତରଣ ଦାୟିତ୍ୱ ଦେଇଥିଲେ ସରକାର। ହେଲେ ସରକାର ବିଫଳ ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ଏବେ କାହା ସ୍ୱାର୍ଥରେ ଶାଗମାଛ ଦରରେ ସେସୁକୁ ଟାଟା ପାଓ୍ୱାରକୁ ବିକ୍ରି କରାଯାଉଛି ବୋଲି ସେତେବେଳେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇନଜିୟଂର ଏକତା ମଞ୍ଚ ପ୍ରଶ୍ନ କରିଥିଲା।

Related story