ଓଡ଼ିଶାରେ ମିଡିଆ ଅନେକାଂଶରେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣାଧୀନ: ତଥାଗତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):“ଗଣମାଧ୍ୟମ ଆଶାନୁରୂପ କାମ ନ କଲେ ଗଣତନ୍ତ୍ର ଗଣତନ୍ତ୍ର ନୁହେଁ। ଓଡ଼ିଶାରେ ସ୍ଥିତି ଭଲ ନାହିଁ। ଦେଶରେ ବି ଅବସ୍ଥା ଖରାପ। ଓଡ଼ିଶାରେ ମିଡିଆ ଅନେକାଂଶରେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣାଧୀନ।” ରାଜନୀତି ଛାଡ଼ି ସାମ୍ବାଦିକତାରେ ସଂପୂର୍ଣ୍ଣ ଭାବେ ମନୋନିବେଶ କରିବାକୁ କିଛି ଦିନ ତଳେ ଘୋଷଣା କରିଥିବା ତଥାଗତ ସତପଥୀ ଏହି କଥା କହିଛନ୍ତି। ‘ମୁମ୍ବାଇ ମିରର୍‌’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ନ ଲଢ଼ିବା ନେଇ କିଛି […]

tathagat1

Jitendra Garnayak
  • Published: Sunday, 10 March 2019
  • , Updated: 10 March 2019, 11:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):“ଗଣମାଧ୍ୟମ ଆଶାନୁରୂପ କାମ ନ କଲେ ଗଣତନ୍ତ୍ର ଗଣତନ୍ତ୍ର ନୁହେଁ। ଓଡ଼ିଶାରେ ସ୍ଥିତି ଭଲ ନାହିଁ। ଦେଶରେ ବି ଅବସ୍ଥା ଖରାପ। ଓଡ଼ିଶାରେ ମିଡିଆ ଅନେକାଂଶରେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣାଧୀନ।”

ରାଜନୀତି ଛାଡ଼ି ସାମ୍ବାଦିକତାରେ ସଂପୂର୍ଣ୍ଣ ଭାବେ ମନୋନିବେଶ କରିବାକୁ କିଛି ଦିନ ତଳେ ଘୋଷଣା କରିଥିବା ତଥାଗତ ସତପଥୀ ଏହି କଥା କହିଛନ୍ତି। ‘ମୁମ୍ବାଇ ମିରର୍‌’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି।

ଆଗାମୀ ସାଧାରଣ ନିର୍ବାଚନ ନ ଲଢ଼ିବା ନେଇ କିଛି ଦିନ ତଳେ ସେ ସ୍ପଷ୍ଟ କରିଥିଲେ। ସେ ସମୟରେ ତଥାଗତ କହିଥିଲେ ଯେ ଓଡ଼ିଶାରେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକଙ୍କର ଅଭାବ ରହିଛି। ସମସ୍ତେ ମୁଣ୍ଡ ବିକି ଦେଇଛନ୍ତି। ସେ ନିରପେକ୍ଷ ସାମ୍ବାଦିକତା ଦିଗରେ ଚେଷ୍ଟା କରିବି। ସୂଚନାଯୋଗ୍ୟ, ତଥାଗତ ଦୈନିକ ଓଡ଼ିଆ ଖବରକାଗଜ ‘ଧରିତ୍ରୀ’ର ସଂପାଦକ ଅଛନ୍ତି।

ଗଣମାଧ୍ୟମ ସଂପର୍କିତ ତାଙ୍କ ମନ୍ତବ୍ୟ ସଂପର୍କରେ ତଥାଗତ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ‘ଓଟିଭି’କୁ କହିଛନ୍ତି,“ମୋର ‘ମୁମ୍ବାଇ ମିରର’କୁ କହିବାର ଉଦ୍ଦେଶ୍ୟ ଥିଲା- କେବଳ ଓଡ଼ିଶା ନୁହେଁ, ଦେଶ ଓ ଅନ୍ୟ ରାଜ୍ୟରେ ବି ଗଣମାଧ୍ୟମ ବ୍ୟାପାରରେ ସରକାର ହସ୍ତକ୍ଷେପ କରୁଛନ୍ତି।”

ଏହା ସହିତ ‘ମୁମ୍ବାଇ ମିରର’କୁ ଦେଇଥିବା ସାକ୍ଷାତକାରରେ ସେ ବୟସ୍କ ଲୋକେ ରାଜନୀତି ଛାଡ଼ିବା ଉଚିତ୍ ବୋଲି ମଧ୍ୟ କହିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।

ତଥାଗତ କହିଛନ୍ତି, ମୋଦି ଓ ନବୀନ ଏବେ ଅବସର ନେଇଯିବା ଉଚିତ୍। ମୋଦି ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ଥରେ ପ୍ରଧାନମନ୍ତ୍ରୀ ହୋଇସାରିଲେଣି। ଆଉ କେତେ ଥର ଚୌକିରେ ରହିବାକୁ ଚାହୁଁଛନ୍ତି? ନବୀନ ବି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି। ଏବେ ସେମାନେ ଯୁବପିଢ଼ି ପାଇଁ ବାଟ ଛାଡ଼ି ଦେବା ଉଚିତ୍। କାରଣ ୨୦୨୦ ବେଳକୁ ଦେଶର ମୋଟ ଜନସଂଖ୍ୟାର ୮୦ ଭାଗ ଲୋକଙ୍କ ବୟସ ୩୫ ବର୍ଷରୁ କମ୍ ହୋଇଥିବ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଲୋକସଭା ଆସନରୁ ତଥାଗତ ସତପଥୀ ୨୦୦୪ରୁ ଲଗାତାର ତିନିଥର ବିଜେଡି ଟିକେଟ୍‌ରେ ଲୋକସଭାକୁ ଯାଇଛନ୍ତି।

Related story