ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ତଥାଗତ ବାବୁ ତାଙ୍କ ସମ୍ପାଦକୀୟ ମନ୍ତବ୍ୟ ଦେଇଛନ୍ତି। ସେ ଆମ ଦଳ ପକ୍ଷରୁ ଲୋକସଭାରେ ସଦସ୍ୟ ଅଛନ୍ତି। ସେ ତାଙ୍କ ଖବରକାଗଜରେ ତାଙ୍କର ମତ ରଖିପାରିବେ। ଜଳସମ୍ପଦ ବିଭାଗ ଓଡ଼ିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ତେଣୁ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖି ତାହାର ସମୀକ୍ଷା କରୁଛନ୍ତି। ଏହାକୁ କ୍ରୀୟାଶୀଳ କରିବାକୁ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି।”
ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କରିଛନ୍ତି,“ତଥାଗତ ବାବୁ ଗୋଟିଏ ଖବରକାଗଜର ସମ୍ପାଦକ ଭାବେ ତାଙ୍କ ମତ ରଖିଛନ୍ତି। ଏହା ତାଙ୍କ ସମ୍ପାଦକୀୟ ମତ।”
ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“କୌଣସି ବିଭାଗରେ ମା’ବାପା ରହିଛନ୍ତି ବୋଲି ମୁଁ ଜାଣିନାହିଁ। ସିଏ ଯଦି କହିବେ ଗୋଟିଏ ବିଭାଗର ବାପାମା’ ନାହାନ୍ତି ବୋଲି ମୋ ପାଖରେ ତାହାର ଉତ୍ତର ନାହିଁ। ମାନ୍ୟବର ସାସଂଦ ତଥାଗତ ଶତପଥୀଙ୍କ ସମ୍ପାଦକୀୟକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।”
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ତଥାଗତଙ୍କ ସମ୍ପାଦକୀୟ ସ୍ପଷ୍ଟ କରୁଛି ରାଜ୍ୟ ସରକାରଙ୍କ ଅପାରଗତା। ମୁଁ ତଥାଗତ ବାବୁଙ୍କ ସମ୍ପାଦକୀୟକୁ ସ୍ୱାଗତ କରିବି। ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ନେଇ ଦଳ ଭିତରୁ ସମାଲୋଚନା ଆସିଲାଣି। ଯଦି ମୁଖ୍ୟମନ୍ତ୍ରୀ ଏହାକୁ କାମରେ ପ୍ରତିଫଳିତ କରି ନ ପାରିବେ ତେବେ ସେ ମୁଖ୍ୟମନ୍ତ୍ରୀ ହୋଇ ରହିବାର ଅଧିକାର ନାହିଁ।”
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଖାଲି ଜଳସମ୍ପଦ ବିଭାଗ ନୁହେଁ ଓଡ଼ିଶା ସରକାରର ମା’ବାପା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଅମଲାଙ୍କ ହାତରେ ରାଜ୍ୟରେ ଶାସନ ଚାଲିଥିବା ବେଳେ ଠିକାଦାରଙ୍କ ହାତରେ ଜଳସେଚନ ଭାର ରହିଛି।”