ନବୀନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ତଥାଗତ ?

Ordigital Desk
  • Published: Tuesday, 23 January 2018
  • , Updated: 23 January 2018, 10:05 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଅନ୍ୟପଟେ ବିଜେଡି ଭିତରୁ ବି ଉଠିଛି ବ୍ୟବସ୍ଥା ବିରୋଧରେ ସ୍ୱର। ନିଜ ସଂପାଦିତ ଖବରକାଗଜ &lsquo;ଧରିତ୍ରୀ&rsquo;ରେ ବିଜେଡି ସାଂସଦ ତଥାଗତ ସତପଥି ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗ ଉପରେ ଧୁମ୍ ବର୍ଷିଛନ୍ତି। ତାଙ୍କ ଟାର୍ଗେଟ୍&zwnj;ରେ ରହିଛନ୍ତି ରାଜ୍ୟ ପୋଲିସ୍। ୨୨ ଜାନୁଆରୀକୁ ସେ ଓଡ଼ିଶା ପୋଲିସ୍ ପାଇଁ କଳଙ୍କିତ ଦିବସ ବୋଲି ଲେଖିଛନ୍ତି। କଟାକ୍ଷ କରିଛନ୍ତି, ଥାନାରୁ ସର୍ବୋଚ୍ଚ ସ୍ତର ଯାଏ ଅନ୍ୟାୟକୁ ଘୋଡ଼ାଇବାକୁ ଯେଉଁ ଚେଷ୍ଟା ହେଲା, ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ମିଛୁଆ ଆଖ୍ୟା ଦେଇ ଯେଉଁ ବଦନାମ୍&zwnj; କରିବାକୁ ପ୍ରୟାସ ହେଲା, ତାହା ସଫଳ ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ରହିଛି ଗୃହ ବିଭାଗ। ତେଣୁ ତଥାଗତ ତାଙ୍କ ଲିଖିତ ସମ୍ପାଦକୀୟରେ, ପରୋକ୍ଷରେ ନବୀନଙ୍କ ଦକ୍ଷତା ଉପରେ ହିଁ ପ୍ରଶ୍ନ ଉଠାଇବାକୁ ସାହସ କରିଛନ୍ତି।</p> <p>ଏଠାରେ ସୂଚନା ଯୋଗ୍ୟ ଯେ, ପୁଣେର ଏମଆଇଟି&nbsp;ୱାର୍ଲ୍ଡ ପିସ୍&zwnj; ବିଶ୍ୱବିଦ୍ୟାଳୟ ପକ୍ଷରୁ &lsquo;ଆଦର୍ଶ ମୁଖ୍ୟମନ୍ତ୍ରୀ&rsquo; ଭାବେ ସମ୍ମାନ ଗ୍ରହଣ କରିବା ପରେ, ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ। ସେଥିପାଇଁ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତର ବ୍ୟବସ୍ଥା କରାଯାଇଥିଲା। ନବୀନ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡି କର୍ମୀ, ବିଧାୟକ ଓ ମନ୍ତ୍ରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।&nbsp;ଏହି କାର୍ଯ୍ୟକ୍ରମରେ ସାଂସଦ ତଥାଗତ ଯୋଗଦେଇ, ସରକାର ଓ ନବୀନଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ସଭାରୁ ଗଲାପରେ ନିଜ ସମ୍ପାଦକୀୟରେ ବୁଲେଇ ବଙ୍କେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଲେଖିଥିଲେ ତଥାଗତ। ତଥାଗତଙ୍କ ପରି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ସରକାରକୁ ସମାଲୋଚାନ କରିବାକୁ ସାହସ କରିଛନ୍ତି। କହିଛନ୍ତି, ୧୦୦ ଦିନର ଆତ୍ମଦହନକୁ ସହି ନପାରି ପୀଡ଼ିତା ଆତ୍ମହତ୍ୟା କଲେ ବୋଲି କହିଛନ୍ତି।</p> <p>&amp;nbsp;</p>

Related story