ନକଲି ଟିଡିଆର ମାମଲା: ମାଷ୍ଟରମାଇଣ୍ଡ ବଣ୍ଟିକୁ ରିମାଣ୍ଡରେ ନେଲା ବଲାଙ୍ଗିର ପୋଲିସ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 08:19 PM IST
<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ନକଲି ଟିଡିଆର ମାମଲାର ମାଷ୍ଟରମାଇଣ୍ଡ ବଣ୍ଟି ଅଗ୍ରଓ୍ୱାଲକୁ ୩ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗିର ଟାଉନ ଥାନା ପୋଲିସ। ନକଲି ଟିଡିଆର ଦେଇ ପୂର୍ତ୍ତ ବିଭାଗକୁ ଭୂଆଁ ବୁଲାଇଥିବା ଅଭିଯୋଗରେ, ଗତ ଅକ୍ଟୋବର ୧୦ ତାରିଖରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଭିଯୋଗ କରିଥିଲେ। ଏହାପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରି ଅଭିଯୁକ୍ତ ବଣ୍ଟି ଅଗ୍ରଓ୍ୱାଲ, ବଣ୍ଟିର ସ୍ତ୍ରୀ ଓ ବାପା ରାଜେନ୍ଦ୍ର ଅଗ୍ରଓ୍ୱାଲଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ। ଗତକାଲି ବଲାଙ୍ଗିର ଏସ୍&zwnj;ଡିଜିଏମ୍&zwnj; କୋର୍ଟରେ ବଣ୍ଟିକୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବଲାଙ୍ଗିର ଜେଲକୁ ବଣ୍ଟିକୁ ପଠାଇ ଦିଆଯାଇଥିଲା। ମାମଲାର ଖୋଳତାଡ ପାଇଁ ବଣ୍ଟିକୁ ରିମାଣ୍ଡରେ ନେବା ପାଇଁ ବଲାଙ୍ଗିର ଏସଡିଜେଏମ କୋର୍ଟରେ ଟାଉନ ଥାନା ପୋଲିସ ଆବେଦନ କରିଥିଲା।</p>

Related story