ବଦଳିଲା ଶିକ୍ଷା ସହାୟକ ଓ କନିଷ୍ଠ କିରାଣିଙ୍କ ସର୍ବନିମ୍ନ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଲା ଶିକ୍ଷାସହାୟକ ଓ ଜିଲ୍ଲାସ୍ତରୀ କନିଷ୍ଠ କିରାଣି ସର୍ବନିମ୍ନ ଯୋଗ୍ୟତା। ଶିକ୍ଷା ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ଓ କିରାଣିଙ୍କର ସ୍ନାତକ କରାଯାଇଛି। ସେହିପରି ଶିକ୍ଷା ସହାୟକଙ୍କୁ ସାମାଜିକ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଛି। ପୂର୍ବରୁ ଶିକ୍ଷା ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ୍ ସିଟି ଥିଲା। ଏହି ନିୟମର ପରିବର୍ତ୍ତନ କରାଯାଇ ସର୍ବନିମ୍ନ ଯୋଗ୍ୟତା +୨ ଧାର୍ଯ୍ୟ କରାଯାଇଛି। ତେବେ ପୂର୍ବରୁ ମାଟ୍ରିକ୍ ସିଟି ପାସ୍‌ କରି ନିଯୁକ୍ତି ପାଇଥିବା ଶିକ୍ଷକ ଓ […]

teacher-1

Rakesh Mallick
  • Published: Thursday, 30 November 2017
  • , Updated: 01 December 2017, 04:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଲା ଶିକ୍ଷାସହାୟକ ଓ ଜିଲ୍ଲାସ୍ତରୀ କନିଷ୍ଠ କିରାଣି ସର୍ବନିମ୍ନ ଯୋଗ୍ୟତା। ଶିକ୍ଷା ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ଓ କିରାଣିଙ୍କର ସ୍ନାତକ କରାଯାଇଛି। ସେହିପରି ଶିକ୍ଷା ସହାୟକଙ୍କୁ ସାମାଜିକ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଛି।

ପୂର୍ବରୁ ଶିକ୍ଷା ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ୍ ସିଟି ଥିଲା। ଏହି ନିୟମର ପରିବର୍ତ୍ତନ କରାଯାଇ ସର୍ବନିମ୍ନ ଯୋଗ୍ୟତା +୨ ଧାର୍ଯ୍ୟ କରାଯାଇଛି। ତେବେ ପୂର୍ବରୁ ମାଟ୍ରିକ୍ ସିଟି ପାସ୍‌ କରି ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିୟକ୍ଷିତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବନି। ଏନ୍‌ସିଟିଇର ପ୍ରସ୍ତାବ ଅନୁଯାୟୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଶିକ୍ଷାସହାୟକଙ୍କ ଯୋଗ୍ୟତାର ପରିବର୍ତ୍ତନ କରିଛି। ଆଜି ଏହି ପ୍ରସ୍ତାବ ଗୃହୀତ ହୋଇଛି।

ସେହିପରି ଶିକ୍ଷାସହାୟକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଛି। କର୍ତ୍ତବ୍ୟରତ ଅବସ୍ଥାରେ କୌଣସି ଶିକ୍ଷାସହାୟକଙ୍କ ମୃତ୍ୟୁ ଘଟିଲେ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାଛଡ଼ା ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଗଲେ ଦେଢ଼ ଲକ୍ଷ ଟଙ୍କା ମିଳିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ କର୍ତ୍ତୃପକ୍ଷ (ଓପିଇପିଏ) ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଜିଲ୍ଲାସ୍ତରୀୟ କନିଷ୍ଠ କିରାଣିଙ୍କ ଶିକ୍ଷାଗତ ଯୋଗ୍ୟତାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। କନିଷ୍ଠ କିରାଣୀଙ୍କ ସର୍ବନିମ୍ନ ଯୋଗ୍ୟତା ପୂର୍ବରୁ ଯୁକ୍ତ ଦୁଇ ଥିଲା। ଏହାକୁ ବଢ଼ାଯାଇ ସ୍ନାତକ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପତି ପ୍ରକାଶ ପରେ ସରକାରଙ୍କୁ କୃତଜ୍ଞତା ଜଣାଇଲା ରାଜସ୍ୱ ଅମଲା ସଂଘ।

Related story