କାର୍ଯ୍ୟାଳୟ ଭିତରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପିଟିଲେ ଶିକ୍ଷକ ଦମ୍ପତି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ବିନୀତା ସେନାପତିଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ କରିଛନ୍ତି ଏକ ଶିକ୍ଷକ ଦମ୍ପତି। ଆହତ ଡିଇଓଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତିଙ୍କୁ ଟାଉନ୍ ଥାନା ପୁଲିସ୍ ନିଜ ହେପାଜତକୁ ନେଇଛି। ଡିଇଓ ଶ୍ରୀମତୀ ସେନାପତିଙ୍କୁ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତି ହେଲେ ସୁମନ ସାହୁ ଓ ଶାନ୍ତିଲତା ସାହୁ। ଶାନ୍ତିଲତାଙ୍କର କହିବା ଅନୁଯାୟୀ ତାଙ୍କର ୪ […]

DEO

DEO

Jitendra Garnayak
  • Published: Tuesday, 26 April 2022
  • Updated: 26 April 2022, 04:54 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ବିନୀତା ସେନାପତିଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ କରିଛନ୍ତି ଏକ ଶିକ୍ଷକ ଦମ୍ପତି। ଆହତ ଡିଇଓଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତିଙ୍କୁ ଟାଉନ୍ ଥାନା ପୁଲିସ୍ ନିଜ ହେପାଜତକୁ ନେଇଛି।

ଡିଇଓ ଶ୍ରୀମତୀ ସେନାପତିଙ୍କୁ ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତି ହେଲେ ସୁମନ ସାହୁ ଓ ଶାନ୍ତିଲତା ସାହୁ। ଶାନ୍ତିଲତାଙ୍କର କହିବା ଅନୁଯାୟୀ ତାଙ୍କର ୪ ବର୍ଷ ୮ ମାସର ଦରମା ବନ୍ଦ କରି ଦିଆଯାଇଛି। ବିନା କାରଣରେ ତାଙ୍କ ଦରମା ବନ୍ଦ କରାଯାଇଛି। ନା ତାଙ୍କ ନାଁରେ କିଛି କେସ୍ କରାଯାଇଛି ନା ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେହିଭଳି ତାଙ୍କୁ କୌଣସି ନୋଟିସ୍ ମଧ୍ୟ ଜାରି କରାଯାଇ ନାହିଁ। ଦରମା ପାଇଁ ସେ ସାଢ଼େ ୪ ମାସ ହେଲା ଧାରଣାରେ ବସିଛନ୍ତି। କିନ୍ତୁ ତାଙ୍କ ଦରମା ପ୍ରଦାନ ଦିଗରେ କିଛି ପଦକ୍ଷେପ ନିଆଯାଇ ନାହିଁ।

ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ କହିଛନ୍ତି ଯେ ସବୁ ଦିନ ଭଳି ଆଜି ବି ଶାନ୍ତିଲତା ସାହୁ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ତାଙ୍କ ସହିତ ତାଙ୍କ ସ୍ୱାମୀ ଥିଲେ। ଅପରାହ୍ଣ ପ୍ରାୟ ଅଢ଼େଇଟା ବେଳେ ଏକ ବୈଠକ ସାରି ଡିଇଓ ଖାଇବା ପାଇଁ ଯାଉଥିବା ବେଳେ ଶାନ୍ତିଲତା ତାଙ୍କ ସାମ୍ନାକୁ ଆସି  ଦରମା ବାବଦରେ କିଛି କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଚୌକିରୁ ଉଠି ଆସି ତାଙ୍କ ସ୍ୱାମୀ ଡିଇଓଙ୍କ ମୁହଁକୁ ମୁଥ ମାରିଥିଲେ। ଫଳରେ ଡିଇଓଙ୍କ ପାଟି ଓ ନାକରୁ ରକ୍ତ ବାହାରିଥିଲା। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଶାନ୍ତିଲତା ମଧ୍ୟ ଚପଲ ଖୋଲି ଡିଇଓଙ୍କୁ ବାଡ଼େଇବାକୁ ପ୍ରୟାସ କରିଥିଲେ। ତେବେ ସେହି ସମୟରେ ଅଫିସ୍‌ରେ ଜଣେ କର୍ମଚାରୀ ତାଙ୍କୁ ଧରି ପକାଇଥିଲେ।

ଦରମା ନ ମିଳିବା ନେଇ ଶାନ୍ତିଲତାଙ୍କ ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ। ସେ କହିଛନ୍ତି, ଶାନ୍ତିଲତା ସାହୁ ଜଣେ ଏଡେଡ୍ ସ୍କୁଲ୍‌ ଶିକ୍ଷୟିତ୍ରୀ। ତାଙ୍କର ୩/୪ ବର୍ଷ ହେଲାଣି ଟିକେ ସମସ୍ୟା ରହିଛି। ଆମେ ଯେତେ ଚିଠି କଲେ ମଧ୍ୟ ସେ ସ୍କୁଲ୍‌କୁ ଯାଉ ନଥିଲେ କି ତାଙ୍କ କାମ କରୁ ନଥିଲେ। ତାଙ୍କୁ କାର୍ଯ୍ୟସ୍ଥଳରେ ଯୋଗ ଦେବାକୁ ବାରମ୍ବାର କୁହାଯାଇଛି। କିନ୍ତୁ ସେ ଶୁଣି ନାହାନ୍ତି। ଏ ସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ ମଧ୍ୟ କରାଯାଇଛି।

ସେ ଆହୁରି କହିଛନ୍ତି, ସ୍କୁଲ୍ ଯାଇ ଡ୍ୟୁଟି କଲେ ସିନା ତାଙ୍କୁ ଦରମା ଦିଆଯିବ। ଗୋଟିଏ ସ୍କୁଲ୍‌କୁ ଯିବେନି କହିବାରୁ ଚିଠି କରି ତାଙ୍କୁ ଆଉ ଗୋଟିଏ ସ୍କୁଲ୍‌କୁ ପଠାଇଲୁ। ତଥାପି ସେ ଗଲେନି। ସେମିତି ବସି ରହିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos