ଭାସିଗଲେ ଟ୍ୟୁସନ୍‌ ସାର୍
Ordigital Desk
• Published: Tuesday, 14 August 2018
• , Updated: 14 August 2018, 08:42 AM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଗଙ୍ଗନଗର ଅଞ୍ଚଳରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହରିହର ପଟ୍ଟନାୟକ।
ହରିହର ଜଣେ ଟ୍ୟୁସନ୍ ଶିକ୍ଷକ ଥିଲେ। ବୟସ 55 ବର୍ଷ । ସେ ଚାଲି ଚାଲି ଯାଉଥିବାବେଳେ ହଠାତ୍ ଖୋଲା ଡ୍ରେନରେ ଖସି ପଡ଼ିଥିଲେ।
ତାଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଜୀବିତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସ୍ଥାନୀୟ ଲୋକେ ଏହି ଘଟଣା ପାଇଁ ବିଏମସିର ଅବହେଳାକୁ ଦାୟୀ କରିଛନ୍ତି। ଏକ ବସ୍ତି ପାଖ ଦେଇ ଯାଇଥିବା ଏହି ନାଳର କାନ୍ଥ ଭୁଶୁଡ଼ି ପଡିଥିଲେ ହେଁ ଏହାର ମରାମତି ହୋଇନଥିଲା। ହରିହର ସାର ଏହି ଖୋଲା ଡ୍ରେନ ପାଖ ଦେଇ ତାଙ୍କ ଘରକୁ ଫେରୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ଡ୍ରେନରେ ଚାଲିଥିବା ବର୍ଷାପାଣିର ପ୍ରଖର ସୁଅରେ ଭାସିଯାଇ ଥିଲେ।
https://www.youtube.com/watch?v=X9AUekddVzg
Related story