ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଶିକ୍ଷକ, ହାଣିଦେଲେ ଦୁର୍ବୃତ୍ତ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯାଇଛି।  ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆକ୍ରମଣକାରୀ କିଏ ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ,  କୁଚିଣ୍ଡା ଥାନା ହାଡ଼ିପାଲି ଗାଁ ପୋଖରୀକୁ ଗାଧୋଇବା ପାଇଁ ଶିକ୍ଷକଜଣକ ଯାଇଥିଲେ। ସେଠାରେ ଅତର୍କିତ ଭାବେ ତାଙ୍କୁ କେହି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଗାଁ ପୋଖରୀ ନିକଟରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର ବେଳେ […]

Knife-attack

Niharika Rout
  • Published: Saturday, 16 January 2021
  • , Updated: 16 January 2021, 02:07 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯାଇଛି।  ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆକ୍ରମଣକାରୀ କିଏ ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ,  କୁଚିଣ୍ଡା ଥାନା ହାଡ଼ିପାଲି ଗାଁ ପୋଖରୀକୁ ଗାଧୋଇବା ପାଇଁ ଶିକ୍ଷକଜଣକ ଯାଇଥିଲେ। ସେଠାରେ ଅତର୍କିତ ଭାବେ ତାଙ୍କୁ କେହି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଗାଁ ପୋଖରୀ ନିକଟରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର ବେଳେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆକ୍ରମଣକାରୀ ଶିକ୍ଷକଙ୍କ ବାଇକ୍ ମଧ୍ୟ ନେଇଯାଇଛନ୍ତି।

 

Related story