ଶିକ୍ଷୟିତ୍ରୀ ଆଣିଥିବା ଅଶାଳୀନ ବ୍ୟବହାର ମାମଲା ମିଛ: ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାଲିଆପାଳର ଜଣେ ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀଜଣକ ଏପରି ଅଭିଯୋଗ ଆଣିଥିଲେ। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ […]

samir-dash

Jyoshna Pradhan
  • Published: Thursday, 07 November 2019
  • , Updated: 07 November 2019, 03:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାଲିଆପାଳର ଜଣେ ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀଜଣକ ଏପରି ଅଭିଯୋଗ ଆଣିଥିଲେ। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ଓ ଅଣ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି। ଅଲଗା ଅଲଗା ସ୍କୁଲକୁ ଏହି ତିନି ଜଣଙ୍କୁ ବଦଳି କରାଯାଇଛି।”

ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲା ବାଲିଆପାଳସ୍ଥିତ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତିକାନ୍ତ ଜେନାଙ୍କ ବିରୋଧରେ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଥିଲେ। ପ୍ରଧାନଶିକ୍ଷକ ପ୍ରାୟ ବର୍ଷେ ହେବ ଅସଦାଚରଣ ସହ ମାନସିକ ନିର୍ଯାତନା ଦେଇ ଆସୁଥିବା ସେ କହିଥିଲେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ  ଦିଆଯାଇଥିଲା।

Related story