ଖାତା ଦେଖିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ଶିକ୍ଷକ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଖାତା ଦେଖିବା ବାହାନାରେ ଜଣ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ନିର୍ଧୁମ ଛେଚିଥିଲେ। ଏପରି ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଏବେ ଏହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଗତ ୨୩ ତାରିଖରେ ପିଲାମାନେ ସ୍କୁଲରେ ପାଠ ପଢ଼ୁଥିଲେ। ସାର୍‌ ପାଠ ପଢ଼ାଇବା ପାଇଁ ଶ୍ରେଣୀଗୃହକୁ ଆସିଥିଲେ। ପରେ ଶିକ୍ଷକ ଚିନ୍ମୟ ଦେବ (ଛଦ୍ମନାମ) ଖାତା […]

malangiri

Manoranjan Sial
  • Published: Monday, 26 August 2019
  • , Updated: 26 August 2019, 06:57 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଖାତା ଦେଖିବା ବାହାନାରେ ଜଣ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ନିର୍ଧୁମ ଛେଚିଥିଲେ। ଏପରି ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଏବେ ଏହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ଗତ ୨୩ ତାରିଖରେ ପିଲାମାନେ ସ୍କୁଲରେ ପାଠ ପଢ଼ୁଥିଲେ। ସାର୍‌ ପାଠ ପଢ଼ାଇବା ପାଇଁ ଶ୍ରେଣୀଗୃହକୁ ଆସିଥିଲେ। ପରେ ଶିକ୍ଷକ ଚିନ୍ମୟ ଦେବ (ଛଦ୍ମନାମ) ଖାତା ଦେଖିବା ବାହାନାରେ ଛାତ୍ରୀଙ୍କୁ ଡାକି ଥିଲେ। ଆଉ ସାର୍‌ଙ୍କ କଥା ମାନି ଛାତ୍ରୀ ଜଣକ ତାଙ୍କ ପାଖକୁ ଯାଇଥିଲେ। ଏହାପରେ ସାର୍‌ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ କହିଥିଲା। ଆଜି ଅଭିଭାବକମାନେ ସ୍କୁଲକୁ ଯାଇ ସାର୍‌ଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ସାର୍‌ ଉତ୍ତର ନଦେଇ ୟାଡ଼ୁସ୍ୟାଡ଼ୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଭାବକମାନେ ସାର୍‌ଙ୍କୁ ନିର୍ଧୁମ ଛେଚିଥିଲେ। ସେମାନେ ତାଙ୍କ ସାର୍ଟ ଚିରିଦେଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଉକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story