ମୋବାଇଲ୍ ଆପ୍ ‘କସମ୍‌’କୁ ବିରୋଧ: ବିକ୍ଷୋଭ କରିବ ପ୍ରାଥମିକ ଶିକ୍ଷକ ସଂଘ

ଫୁଲବାଣୀ: କନ୍ଧମାଳ ଶିକ୍ଷା ଜିଲ୍ଲାରେ ମୋବାଇଲ୍ ଆପ୍ ‘କସମ୍‌’ର ପ୍ରଚଳନକୁ ଶିକ୍ଷକ ସଂଘ ବିରୋଧ କରିଛି। ଏହି ଆପ୍‌  ପ୍ରଚଳନକୁ ବିରୋଧ କରି ଆଜି ସମସ୍ତ ସରକାରୀ ସ୍କୁଲ ବନ୍ଦ ଡାକରା ଦେଇଛି କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ। କନ୍ଧମାଳ ଶିକ୍ଷା ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିର ପ୍ରତିବାଦ ସ୍ୱରୂପ ଫୁଲବାଣୀରେ  ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ‘କସମ୍’ ଆପ୍‌ର ସମ୍ପୂର୍ଣ୍ଣ  ପ୍ରତ୍ୟାହାର ନେଇ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟପାଳ […]

teacher

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 08:41 AM IST

ଫୁଲବାଣୀ: କନ୍ଧମାଳ ଶିକ୍ଷା ଜିଲ୍ଲାରେ ମୋବାଇଲ୍ ଆପ୍ ‘କସମ୍‌’ର ପ୍ରଚଳନକୁ ଶିକ୍ଷକ ସଂଘ ବିରୋଧ କରିଛି। ଏହି ଆପ୍‌  ପ୍ରଚଳନକୁ ବିରୋଧ କରି ଆଜି ସମସ୍ତ ସରକାରୀ ସ୍କୁଲ ବନ୍ଦ ଡାକରା ଦେଇଛି କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ। କନ୍ଧମାଳ ଶିକ୍ଷା ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିର ପ୍ରତିବାଦ ସ୍ୱରୂପ ଫୁଲବାଣୀରେ  ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ‘କସମ୍’ ଆପ୍‌ର ସମ୍ପୂର୍ଣ୍ଣ  ପ୍ରତ୍ୟାହାର ନେଇ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ଦିଆଯିବ ସଂଘ ସଭାପତି ସୁକାନ୍ତ ବେହେରା କହିଛନ୍ତି।

ଏହି ଆପ୍ ପ୍ରଚଳନ ଦ୍ୱାରା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଥିବା କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ  କହିଛନ୍ତି। ତେଣୁ ସ୍କୁଲ ବନ୍ଦ ନ କରିବାକୁ ସେ ଶିକ୍ଷକମାନଙ୍କୁ ନିବେଦନ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷକମାନେ  ଆନ୍ଦୋଳନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

Related story