ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ୭ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର:  ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଗଠନ ହେଲା ୭ ଜଣିଆ ମନ୍ତ୍ରୀସ୍ତରୀୟ କମିଟି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ବିଭିନ୍ନ ସମୟରେ ଶିକ୍ଷକ ସଂଘ ସହ କରାଯାଉଥିବା ଆଲୋଚନାର ଆଧାରରେ କମିଟି ସରକାରଙ୍କୁ ସୁପାରିଶ କରିବ। ସେପଟେ ଦୀର୍ଘ ଦିନର ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଭୁବନେଶ୍ୱରରେ ଶିକ୍ଷକମାନଙ୍କ ଆନ୍ଦୋଳନ ଜୋର ଧରିଛି। ଗତ ୧୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍କୁଲ ଟିଚର ଫେଡେରସନ ଅଫ୍ ଓଡ଼ିଶା। ବିଧାନସଭା ଆରମ୍ଭ […]

pradeep amat

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 02:28 PM IST

ଭୁବନେଶ୍ୱର:  ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ଗଠନ ହେଲା ୭ ଜଣିଆ ମନ୍ତ୍ରୀସ୍ତରୀୟ କମିଟି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ବିଭିନ୍ନ ସମୟରେ ଶିକ୍ଷକ ସଂଘ ସହ କରାଯାଉଥିବା ଆଲୋଚନାର ଆଧାରରେ କମିଟି ସରକାରଙ୍କୁ ସୁପାରିଶ କରିବ। ସେପଟେ ଦୀର୍ଘ ଦିନର ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଭୁବନେଶ୍ୱରରେ ଶିକ୍ଷକମାନଙ୍କ ଆନ୍ଦୋଳନ ଜୋର ଧରିଛି। ଗତ ୧୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍କୁଲ ଟିଚର ଫେଡେରସନ ଅଫ୍ ଓଡ଼ିଶା। ବିଧାନସଭା ଆରମ୍ଭ ହେବାପରେ ସେମାନ ଆନ୍ଦୋଳନକୁ ଆହୁରି ତୀବ୍ର କରିଥିଲେ। ଏଭଳି ପରିସ୍ଥିତିରେ ଆନ୍ଦୋଳନରୁ ଓହରି ଯାଇ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସଂଘକୁ ଅନୁରୋଧ କରାଯାଇଛି।

Related story