ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଜାରି ରହିଥିବା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜି ସରକାର ଓ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ଆନ୍ଦୋଳନରୁ ହଟିବା ସହ ଯୁକ୍ତ ଦୁଇ ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବାକୁ ସଂଘର ଆବାହକ ପବିତ୍ର ମାହାଲା ଘୋଷଣା କରିଛନ୍ତି। ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ସରକାର ଓ ଶିକ୍ଷକ ଓ ଅଧ୍ୟାପକ ସଂଘ […]

teacher

Rakesh Mallick
  • Published: Thursday, 19 April 2018
  • , Updated: 19 April 2018, 03:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ଜାରି ରହିଥିବା ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜି ସରକାର ଓ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ଆନ୍ଦୋଳନରୁ ହଟିବା ସହ ଯୁକ୍ତ ଦୁଇ ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବାକୁ ସଂଘର ଆବାହକ ପବିତ୍ର ମାହାଲା ଘୋଷଣା କରିଛନ୍ତି। ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ସରକାର ଓ ଶିକ୍ଷକ ଓ ଅଧ୍ୟାପକ ସଂଘ ମଧ୍ୟରେ ବିସ୍ତୁତ ଆଲୋଚନା ହୋଇଥିଲା।

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି“ ଶିକ୍ଷକ ଓ ଅଧ୍ୟାପକ ସଂଘ ୩ଟି ଦାବି ରଖିଛନ୍ତି। ଦାବି ପୂରଣ ନେଇ ଚେଷ୍ଟା କରାଯିବ। ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସେମାନଙ୍କୁ ଅନୁରୋଧ କରିଛୁ। ସଂଘର ପ୍ରତିନିଧି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଛନ୍ତି।”

ସେହିପରି ବୈଠକ ପରେ ସଂଘର ଆବାହକ ପବିତ୍ର ମହଲା କହିଛନ୍ତି,“ ୩ ମାସ ମଧ୍ୟରେ ଦାବି ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।”

Related story