ଭୁବନେଶ୍ୱରରେ ଗର୍ଜିବେ ଶିକ୍ଷକ, ସମାବେଶରେ ସାମିଲ ହେବେ ୭୦ହଜାର ଶିକ୍ଷା ସହାୟକ

Ordigital Desk
  • Published: Monday, 12 March 2018
  • , Updated: 12 March 2018, 09:32 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜିଠୁ ସାମୁହିକ ଛୁଟିରେ ଯାଇ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିଶାଳ ସମାବେଶ କରିବେ ରାଜ୍ୟର ୭୦ହଜାର ଶିକ୍ଷା ସହାୟକ।। ଦାବିପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସେହିପରି ଦାବିପୂରଣ ନହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ଶିକ୍ଷକମାନେ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି।</p> <p>ସର୍ବଶିକ୍ଷା ଅଭିଯାନ ଅଧୀନରେ ରାଜ୍ୟର ପ୍ରାୟ ୫୮ହଜାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ନୋଡାଲ୍ ହାଇସ୍କୁଲ୍&zwnj;ରେ ଶିକ୍ଷା ସହାୟକ ନିଯୁକ୍ତ ହୋଇଛନ୍ତି। ସପ୍ତମ ବେତନ କମିଶନ, ବଦଳି ନୀତିରେ କୋହଳ, ମୃତ୍ୟୁକାଳୀନ ସହାୟତା ଭଳି ୭ଦଫା ଦାବିରେ ଶିକ୍ଷା ସହାୟକମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି।</p>

Related story