ସରକାର ବିରୋଧରେ ରଣହୁଙ୍କାର: ୨୬ ତାରିଖରେ ମହାସଂଗ୍ରାମକୁ ଓହ୍ଲାଇବେ ଶିକ୍ଷକ

Ordigital Desk
  • Published: Friday, 23 March 2018
  • , Updated: 23 March 2018, 01:26 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଲାଇଥିବା ଶିକ୍ଷକମାନେ ରଣହୁଙ୍କାର ଦେଇଛନ୍ତି। ପ୍ରତିଶ୍ରୁତି ଦେଇ ପାଳନ କରୁ ନଥିବା ସରକାରଙ୍କୁ ଚେତାଇବାକୁ ଆସନ୍ତା ୨୬ ତାରିଖରେ ମହାସଂଗ୍ରାମ କରିବା ଚେତାବନୀ ଦେଇଛନ୍ତି। ବାରମ୍ବାର ଆନ୍ଦୋଳନ ପରେ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ଦାବି ପୂରଣ ନେଇ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଏପରି ଚେତାବନୀ ଦେଇଛି ଓଡ଼ିଶା ସ୍କୁଲ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଏହାସହ ଶିକ୍ଷକମାନେ ରାଜ୍ୟର ୫୭ଟି ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଗତ ୩ ଦିନ ହେବ ଧାରଣାରେ ବସିଛନ୍ତି।</p> <p>ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ଧାରଣା ବେଳେ ପୋଲିସ ପକ୍ଷରୁ ମାଡ଼ମରାକୁ ବି ମଞ୍ଚ ବିରୋଧ କରିଛି। ବ୍ଲକ ଗ୍ରାଣ୍ଟ ସମ୍ପୂର୍ଣ୍ଣ ଉଚ୍ଛେଦ, ସତ୍ୟପାଠ ନଦେବା ସହିତ ଚାକିରି ସର୍ତ୍ତାବଳୀ ପ୍ରଦାନ ଭଳି ଦାବି ପୂରଣ କରିବାକୁ ମଞ୍ଚ ଦାବି କରୁଛି। ଏନେଇ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।</p>

Related story